କେଡେ ସୁନ୍ଦର ରାଇଜ ମୋର
ଭାଷା ଟି ମୋର କେଡେ ସୁନ୍ଦର
ଲାଗେ ଭାରି ବଢିଆ
ଓଡ଼ିଆ ଆମେ ଓଡ଼ିଆ
ଓଡ଼ିଆ ଆମେ ଓଡ଼ିଆ..ll
ଏମିତି ରାଜ୍ୟ ନାହିଁ ନାହିଁ ତ
ଖଣ୍ଡ ମଣ୍ଡଳ ରେ ଆଉ
ଯହିଁ ବିଜୟ ନୀଳାଚଳ ରେ
ନିରାକାର ମହାବାହୁ
ତା ନେତ ବଡ଼ ତା ଦେଉଳ ବଡ଼
ତା ରଥ ଯାତ୍ରା ବଢିଆ
ଓଡ଼ିଆ ଆମେ ଓଡ଼ିଆ................ ll
ପାହାଡ଼ ଏଠି କଥା ତ କହେ
ଝରଣା ଗାଏ ଗୀତ
ଫୁଲ ସାଙ୍ଗରେ ଫଗୁଣ ଏଠି
ବସଇ ଆସି ମିତ
ସାଗର ଏଠି ମନ ଚୋରାଇ
ଡାକେ ମୋ ପାଖକୁ ତୁ ଆ
ଓଡ଼ିଆ ଆମେ ଓଡ଼ିଆ.............. ll
ସାରା ବିଶ୍ୱରେ ଆମରି ନାମେ
ବାଜେ କେତେ ବାଜଣା
ଆମ ବୀରତ୍ୱ ଆମ ସାହସ
କାହାକୁ ଏଠି ଅଜଣା
ଧନ୍ୟ ହେଲୁ ଏଠି ଜନମ ହେଇ
ପରିଚୟ ଆମ ଓଡ଼ିଆ
ଓଡ଼ିଆ ଆମେ ଓଡ଼ିଆ............... ll
ବୈଦ୍ୟନାଥ ପଣ୍ଡା
ଅବଦଲ ପୁର. ଯାଜପୁର
ଦୂରଭାଷ- 9439854199




0 Comments