ବର୍ତ୍ତମାନ - ନିର୍ମଳ ନାୟକ




ସବୁଠୁ ଅମୂଲ୍ୟ.. ସବୁଠୁ ଅତୁଲ୍ୟ
ଅଧୁନା ସମୟ ଭାଇ...
ଅତୀତ ପୃଷ୍ଠ ରେ ଭବିଷ୍ୟ ହାତରେ
ବନ୍ଧା ପଡିଥାଏ ସେହି !!

ଅତୀତ ସହିତ ପ୍ରାଚୀନ ସ୍ମୃତିରେ..
କିଛିଟା ସୁଧାର ପାଇଁ...
ଭବିଷ୍ୟ ଯୋଜନା ଉର୍ନ୍ନତି ପଥରେ..
ବର୍ତ୍ତମାନ ସମୟ ସହି !!

ପରିବର୍ତ୍ତନଶିଳ ଦୁନିଆ ଦେହରେ..
କେତେ ରଙ୍ଗ ଦେଖେଉଛି...
ଅତୀତର ଦୁଃଖ ହଜିଯାଉ  ନଭେ...
ବର୍ତ୍ତମାନ ହିଁ  ଶିଖାଉଚି !!

ତିନି ପିଢ଼ି ର  ଗଳ୍ପ  ସମାହାର ଟି
ଭୁତ, ଭବିଷ୍ୟ, ଓ ଅଧୁନା...
ପାରଦର୍ଶିତା ତୁହି ନିଶ୍ଚେ ଲଭିବୁ ଟି
ସ୍ଥିତପ୍ରଜ୍ଞ ମନ୍ତ୍ର ଥିଲେ ଜଣା !!

ବର୍ତ୍ତମାନ  ସମୟ ଅତି ମୂଲ୍ୟବାନ..
ଅଳସେ  କଟାଅ ନାହିଁ..
ଭୁତ ତ ଯାଇଛି.. ଭବିଷ୍ୟ  ଆସିନି..
ଅଧୁନା ହିଁ ହାତରେ ଭାଇ !!



151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440015
8275533780

Post a Comment

0 Comments