ଚାଲ ସଖି ଯିବା ବଡ଼ଦେଉଳ କୁ
ଦେଖିବା କଳାଶ୍ରୀ ମୁଖ
ଯେଉଁ ମୁଖ ଥରେ ଦର୍ଶନ ନକଲେ
ବ୍ରହ୍ମା ହୁଅନ୍ତି ବିମୁଖ
ଇନ୍ଦ୍ର ଭାବୁଥାନ୍ତି ଶିବ ପୂଜୁ ଥାନ୍ତି
ପାଇବାକୁ ପାଦୋଦକ
ଚାଲ ସଖି ଯିବା.................. ll
ଲକ୍ଷେ ଶାଳଗ୍ରାମ ମାଡି ସେ ବସିଛି
ଚତୁର୍ଦ୍ଧା ମୂରତି ହୋଇ
ଭଉଣୀ ସୁଭଦ୍ରା ଭାଇ ବଳରାମ
ସୁଦର୍ଶନ ସାଥେ ନେଇ
ବାହୁ ଦୁଇ ମେଲି ବସିଅଛି ସିଏ
ତାରିବାକୁ ଭକ୍ତ ଦୁଃଖ
ଚାଲ ସଖୀ ଯିବା............. ll
ଇନ୍ଦ୍ର ଶମ୍ବୁ ବ୍ରହ୍ମା ଗଣପତି ରମା
ଯାହାର ଦର୍ଶନ ପାଇଁ
ସ୍ତୁତିରତ ସଦା ବେଦପତି ବ୍ରହ୍ମା
ତେତିଶ କୋଟିଙ୍କୁ ନେଇ
ଏମିତି ଦିଅଁ ସେ ଯାହା ଦରଶନେ
ଘୁଞ୍ଚିଯାଏ ସବୁ ଦୁଃଖ
ଚାଲ ସଖି ଯିବା............... ll
ବୈଦ୍ୟନାଥ ପଣ୍ଡା
ଅବଦଲ ପୁର. ଯାଜପୁର
ଭ୍ରାମ୍ୟଭାଷ =9439854199




0 Comments