ଜୀବନ ଜୀବିକା ଠିକ୍ ଚେସ୍ ବୋର୍ଡ
ପରି ଆମେ ସବୁ ଗୋଟିଏ ଗୋଟିଏ ମୋହରା
ସାଙ୍ଗ ସାଥି ଆଉ ପରିବାର
ସବୁ ଥାଆନ୍ତି ଆଖେ ପାଖେ ସାଥେ ସାଥେ
ଠିକ୍ ନିଜର ଛାଇ ପରି
କେବେ କେବେ ମଣିଷର ବିଷମ
ସମୟରେ ସମସ୍ତେ ସାଥ୍ ଦିଅନ୍ତି
ସାହାଯ୍ୟ ବି କରନ୍ତି କିନ୍ତୁ
ବେଳେବେଳେ ମଣିଷ ତା'ର
ବିକଟ ପରିସ୍ଥିତିରେ ହୋଇଯାଏ
ସଂପୂର୍ଣ୍ଣ ଏକୁଟିଆ
ସାଙ୍ଗ ସହୋଦର ସବୁ
ଏକୁଟିଆ କରି ଚାଲିଯାଆନ୍ତି
ଦୀପ ତଳ ହୋଇଯାଏ ଅନ୍ଧାର୍
ସେତେବେଳେ ନିଜର ଛାଇ ବି
ସାଥ୍ ଦିଏ ନାହିଁ ମଣିଷ ହୋଇଯାଏ
ସମୟ ଓ ସଂପର୍କର ଗୋଲାମ
ଏଇ ମଣିଷ କେବେ ହୁଏ ଅଭିମନ୍ୟୁ
ତ! ପୁଣି କେବେ ହୁଏ ଷଡଯନ୍ତ୍ର ର ଶୀକାର୍
ସେତେବେଳେ ସେ ସାଜିଥାଏ ବାସ୍
ଗୋଟିଏ ଚେସ୍ ବୋର୍ଡ'ର ମୋହରା ।
ସଂଗୀତା ମୋହନ ଗହୀର
ଭବାନୀପାଟଣା
କଳାହାଣ୍ଡି




0 Comments