ହେ ଅମୃତ ସନ୍ତାନ ମଣିଷ
ହୁଅ ନାହିଁ ବିଲକୁଲ ଭୟଭିତ,
ସତ୍ୟର ସଂଧାନରେ ଆମେ
ଯାହା ପାଇଥିଲେ ଅଯାତିତ
ଯାହା ଜୀବନରେ କଷ୍ଟ ଉପାର୍ଜିତ
ଦାନ,ଧର୍ମ,ପୂଣ୍ୟକାମ ଇତ୍ୟତି
ଧର୍ମକୁ ଆଖିଠାର ତାଙ୍କରି ନାମେ ।
ହାଇରେ ଉଧାଏନି ସଚ଼ରାଚର
ତଥାପି ମଣିଷକୁ ମାରୁନି ବିବେକ
ଛନ୍ଦାଛନ୍ଦି ଦୁନିଆ ମାୟାଜାଲରେ
ନଦେଇ ଦେଲେବି ଗୁଢ ରହସ୍ୟକୁ
ପଟ୍ଟପରିବର୍ତ୍ତନ ହୁଅଇ ସମ୍ୟକ ।
ଧର ତୁମେ ସମାଜ ନୌକାର ମଙ୍ଗ
ପେଟରେ କୁଟିଳତା କଦାପି ନଭର
ଚର୍ତୁପାଶ୍ବ ଘେରିଛି ବିଷର ବଳୟ
ଆମେ ସ୍ଵାର୍ଥର ଭୋକିଲା ମଣିଷ
ଅହଙ୍କର ଭୋକରେ ଅନ୍ଧ ହୋଇ
ପିଇ ଦେଉଛୁ ଅଦୃଶ୍ୟରେ ବିଷ ।
ଜହର ଗୁଲାମିରୁ ବାହାରି ପାଣିକୁ
କିଣିଲୁ ମନଲାଗି ବୋତଲ ଭିତରେ
ଏବେ ବାୟୁ କିଣା ବିକାର ବେଳ
ପାଣି,ପବନ ପାଲଟିଲା ପଣ୍ୟଦ୍ରବ୍ୟ
ଚିଠାର ସର୍ବାଗ୍ରେ ଶୋଭା ପାଇଲା
ସଉଦା ଭାବରେ ହାଟ ଝୁଲାରେ ।
ଦେଖ ତାଚ୍ଛଲ୍ୟ ଢଙ୍ଗରେ ଚାହିଁଛି
କଥା ରଖିବାର ଅନୁମତିରେ ବାୟୁ
କହୁଛି ମୋତେ ଜଦି ଅସୁସ୍ଥ କରିବ
କ୍ଷଣକେ ଲିଭିଯିବ ସଭିଁଙ୍କର ଆୟୁ
ହେମଣିଷ ସମାଜ..ଥରୁଟିଏ ହେଜ
ଜଳ,ବାୟୁ,ମୂତ୍ତିକା କୋପକଲେ
ଉଇଁବନି ସକାଳେ ବାଳୁତ ସୁରୁଜ
ମିଳିବନି ମନୁଷ୍ୟକୁ ଫଳ ଚର୍ତୁବର୍ଗ ।
ବାଷଠୀ, ବାସୁଦେବପୁର
ଭଦ୍ରକ , ଓଡ଼ିଶା
ସେଲ:-୭୬୮୩୯୨୦୨୨୧




0 Comments