ଶୁଶୀଳା ନାରୀ ଘରର ଶିରୀ - ସାନ୍ତନୁ ବିଶୋଇ


     

                            

ମିଠା କଥା କହେ ଯେ ରମଣୀ
ମିଖୁଁ ଝରେ ମଧୁ ଝରା ବାଣୀ
ବର୍ତ୍ତାଳାପ ବେଳେ ସ୍ନେହବୋଳା କଥା
ସ୍ନେହବୋଳା କଥା...
ପ ର ଷୁ ଥାଏ ମନକୁ ଜାଣି...(୧)

ଶାସ୍ତ୍ରବିହିତ କର୍ମେ ବିଶ୍ଵାସୀ
ସେବା ଦିଏ ସୁପାତ୍ରେ ପରଷି
କ୍ଷମାଶିଳା ଦାନପୁଣ୍ୟା ବୁଦ୍ଧିମତୀ
ପୁଣ୍ୟା ବୁଦ୍ଧିମତୀ......
କରୁଣାମୟୀ ଦୟା ମାନୁଷୀ...(୨)

କର୍ତ୍ତବ୍ୟ ପାଳନେ ତତପର
କର୍ମେ ରଖେ ନିଷ୍ଠା ନିରନ୍ତର
ତନ ଠୁଁ ମନରେ ଅଧିକ ସୁନ୍ଦର
ଅଧିକ ସୁନ୍ଦର...
ଅତିଥି ସତ୍କାର ବ୍ରତ ତାର....(୩)

ଯେଉଁ ନାରୀ ପର ଦୁଃଖେ ଦୁଃଖୀ
ହିତ କରେ ସ୍ବ ସାମର୍ଥ୍ୟ ଦେଖି
କାନ୍ଦେ ଯା ପରାଣ ଅନ୍ୟ ବିପତ୍ତିରେ
ଅନ୍ୟ ବିପତ୍ତିରେ...
ଉତ୍ତମା ନାରୀ ସେ ଶଶୀମୁଖୀ..(୪)

ଭେଦ ଭାବ ନରଖି ମନରେ
ଖାଦ୍ୟ ପରଷେ ସମ ଭାବରେ
ପାକଶାଳା ରଖେ ସ୍ୱଚ୍ଛ ଓ ନିର୍ମଳ
ସ୍ୱଚ୍ଛ ଓ ନିର୍ମଳ..
ସ୍ନାନ ଶୌଚେ ପଶେ ରନ୍ଧାଘରେ...(୫)

ପ୍ରାତେ ପୂଜେ ତୁଳସୀ ଚଉରା
ସଞ୍ଜେ ସନ୍ଧ୍ୟାଆଳତୀର ଧାରା
ହୁଏ ବ୍ରତୀ ପୁଣି ଗୀତା ଭାଗବତେ
ଗୀତା ଭାଗବତେ...
ଧର୍ମ ନୀତିରେ ହୁଏ ଅଧିରା...(୬)

ପତିବ୍ରତା ଧର୍ମପାଳି କରି
ସତ୍ୟ ଧର୍ମ ପଥ ଅନୁସରି
ପ୍ରଭାବିତ କରି ନିଜସ୍ୱ କୁଟୁମ୍ବେ
ନିଜସ୍ୱ କୁଟୁମ୍ବେ...
ନିଏ ନ୍ୟାୟରେ ପ୍ରେରିତ କରି...(୭)

ସୁଗତି ଶୁଶୀଳା ଯୋଷାମଣୀ
ନିର୍ଭିକରେ ଭାଷୁଥାଏ ବାଣୀ
ନିଜ ଅପମାନ, ସ୍ଵାମୀ ଅପମାନ
ସ୍ଵାମୀ ଅପମାନ
ନ ସହଇ ଟି ସେହି ରମଣୀ..(୮)



✍️ସାନ୍ତନୁ ବିଶୋଇ।
    ଦଣ୍ଡୋର, ନୟାଗଡ

Post a Comment

0 Comments