ସନ୍ତାପିତ ହୃଦ ତାର ଦର୍ଶି ବିଧୁଶୀଳ
ତନୁ ଅଙ୍ଗେଣ ସ୍ପୁରଇ ଭକ୍ତି ରସଭବ ll
ମାଜଣା ମା ପୁଲକେ ଗୋ ଉତ୍ତରଣ ତୁହି
ଜ୍ୟୋତିର୍ମୟୀ ଜନନୀ ଗୋ ଜନକ ଦୁହିତି ll
ଭକ୍ତି ସଲିଳରେ ତଵ ପାଦ ଧୋଇଦେବି
ନିରଜନା ହୋଇ ପୁଣ କନକ ସୌରଭି ll
ଜୋସ୍ନା ଉଭାସିତ ତୋର ମୁଖଚନ୍ଦ୍ର ଗୋଟି
ପଦ୍ମବନୁ ଲଷ୍ମୀ ମା ଗୋ ଆସିଛ ମହୀଟି ll
ଆମ୍ଭ ନିମନ୍ତେ ଗୋ ମାତ କଷ୍ଟ ପାଇଅଛ
ପ୍ରଭାବତି ମୂରତି ଗୋ କୁସୁମେ ଗୁନ୍ଥିଛ ll
ଧନ୍ୟ ବନଲତା ଧନ୍ୟ ଧନ୍ୟ ଋଷିଗଣ
ଧନ୍ୟ ଧନ୍ୟ ମାରିଚ ରେ ତୋହରି ଜୀବନ l
ସତୀ ରତନ ମହାମୟୀ ରଖ ମୋର ସତ୍ୟ
ଚରଣ ଦର୍ଶନେ ମା ଗୋ ହୋଇଛି ଆତୁର ll
ହରି ସୁମରି ରାବଣ କରେ ପାଦ ବନ୍ଦନା
ବେଦଜ୍ଞ ଧରି ଛଦ୍ମ ଜତିବେଶ ଵିଭୂଷଣା ll
ମଡିଆର ଶୋଭା ଦେଖି କହଇ ରାବଣ
ଧନ୍ୟ ଧନ୍ୟ ମୋ ଜନମ ଧନ୍ୟ ତୁମେ ରାମ
ଏହି ଭବୁ ପାରିକର ଆହେ ପ୍ରଭୁ ରାମ
ଦଶରଥ ପୁତ୍ର ଦୟାମୟ ଜୟ ସୀତାରାମ l
ରଚନା = ଶେଷଦେବ ସାହୁ .
ପୂର୍ବ ନାଟ୍ୟ କଳାକାର ଟକାରୁମାଲ
( ଶ୍ରୀରାମଲୀଳା ନାଟକ )
ଜୟ ଶ୍ରୀରାମ .ଜୟ ହନୁମାନ




0 Comments