କରୋନା ଟୀକା - ଜାନକୀ ମହାନ୍ତ


ଆସ ଆମେ ଭାଇ      ଭଉଣୀ ସଭିଏଁ
 ‌‌   "କରୋନା" ର ଟିକା ନେବା,
ଡ଼ାକ୍ତରଖାନାରେ      ଯାଇ କି ନିର୍ଭୟେ
          ପଞ୍ଜିକରଣ କରିବା।।

ମହାମାରୀ ଠାରୁ       ରକ୍ଷା ପାଇବାକୁ
          ଏହି ତ ଶ୍ରେଷ୍ଠ ଉପାୟ,
ନିଜେ ଟିକା ନେଇ      ବୁଝାଇ ଅନ୍ୟକୁ
         ମୃତ୍ୟୁ ସଞ୍ଜିବନୀ ପାଅ ।।

"ପଞ୍ଚଚାଳିଶି" ଯେ          ହୋଇଛି ବରଷ
         ଯଦି କାହାର  ବୟସ,
ଟିକା ନେବା ପାଇଁ          ଉପଯୁକ୍ତ ବର୍ଷ
        ଚିତ୍ତକୁ କରି ଉଲ୍ଲାସ ।।

ରୋଗରେ ପୀଡ଼ିତ      ହେବାର ଅପେକ୍ଷା
          ପ୍ରତିଷେଧକ ଟି ଭଲ,
ଚିକିତ୍ସକ ମତ           ନ କରି ଉପେକ୍ଷା
         ସଅଳ ଯିବା ଲୋ ଫୁଲ ।।

ସନ୍ଦେହ ନ ରଖ        ନାହିଁ ପାର୍ଶ୍ଵ ଦୋଷ 
          ମନରେ ଥାଉ ବିଶ୍ବାସ,
ପ୍ରଭୁ ଜଗନ୍ନାଥ         ଭକ୍ତ ପ୍ରାଣ ବତ୍ସ
       ପାଦପଦ୍ମେ ରଖି  ଆଶ ।।

ଜାନକୀ ମହାନ୍ତ
ବେଙ୍ଗାଲୁରୁ
ଘର: ବଣେଇ, ରାଉରକେଲା

Post a Comment

0 Comments