
ଯାହା ମୁଁ ଦେଖୁଛି
ସବୁ ତ ତୁମର
କାହାକୁ କହିବି ମୋର
ଏ ସାରା ସଂସାର
ଧନ , ଜନ ଯାହା
ସବୁ ତ ଦାନ ତୁମର।
ଆସି ଥିଲି ଏକା
ଚାଲି ଯିବି ଏକା
ନିଶ୍ୱାସ ହୋଇଲେ ଶେଷ
ହେ ବିଶ୍ୱ କାରଣ
ନିସ୍ୱ ମୋ ଜୀବନ
ଚରଣେ ଖୋଜଇ ବାସ।
ଶମ୍ଭୁ ବିଶି
Copyright (c) 2020 //srushtisambhar// All Right Reseved
0 Comments