ଯୌବନ - ବସନ୍ତ କୁମାର ପ୍ରଧାନ


 
ଯଉବନ ଏକ ଅଟେ ଉପବନ
ମିଠା ମିଠା ଆକର୍ଷଣ,
ମନ ପ୍ରଜାପତି ଉଡ଼ି ବୁଲୁଥାଏ
ଦେଖି ସୁନେଲି ସପନ ।1।
ଯଉବନ ଜୀବନର କେଳିକୁଞ୍ଜ
ଆଶା ରଖେ ମିଳନର ,
ଏ ମନ ରାଧିକା ଧାଏଁ  ବ୍ରଜପଥେ
ରଚିବାକୁ ଅଭିସାର ।2।
ଯଉବନ ଏକ ଉତ୍ ଫେଣ ବେଳା
ଏ ଜୀବନ ଯମୁନାରେ ,
ପୀରତିର ବଂଶୀ ସ୍ଵନ ଶୁଭୁଥାଏ
ଏମନ କେଳି କୁଞ୍ଜରେ ।3।
ଯଉବନ ଏକ ପିଚ୍ଛିଳ ରାସ୍ତା
ଚାଲିବା ସହଜ ନୁହେଁ ,
ବହୁ ସନ୍ତର୍ପଣେ ବାଟ ଚାଲୁ ଚାଲୁ
କେବେ ଗୋଡ଼ ଖସି ଯାଏ ।4।
ଯଉବନ ଏକ ବିକଚ ରାଜୀଵ
ସୁଗନ୍ଧିତ କରେ ପ୍ରାଣ ,
ଯେତେ ଦୂରେ ଥାଉ ତା'ପ୍ରାଣ ବାନ୍ଧବ
ସମ୍ପର୍କ କରେ ସ୍ଥାପନ ।5।
ଯଉବନ ଏକ ଚାହଟ ଚାନ୍ଦିନୀ
ଭରିଦିଏ ଶିହରଣ ,
ବେଳେବେଳେ ଅଙ୍ଗେ ଲଗାଇ ଦିଏସେ
କଳଙ୍କିତ ପ୍ରୀତି ଚିହ୍ନ ।6।
*******************

ବସନ୍ତ କୁମାର ପ୍ରଧାନ
ହରିହରପୁର ,ଛେଣ୍ଡିପଦା,ଅନୁଗୋଳ

Post a Comment

0 Comments