କେତେ ଛାତ୍ର ଜୀବନ ମାଟିରେ ମିସିଛି
କେତେ କୁଆଁରି ସ୍ୱପ୍ନ ସବୁ ନିଆଁରେ ଜଳିଛି
କାରଣ ଏଇ ଭୋକ
କେତେ ବାପ ମୁଲ ଲାଗିଛନ୍ତି
କେତେ ମା ପର ଦୁଆରେ ଅଇଁଠା ବାସନ ଧୋଇଛନ୍ତି
କାରଣ ଏଇ ଭୋକ
କିଏ ପାଠପଢା ଅଧାରୁ ଛାଡିଛି ତ
କିଏ ଭୋକ ପାଇଁ ଦାଦନ ଖଟୁଛି
କିଏ ଭୋକ ପାଇଁ କାହା ଜିବନ ନେଇଛି
କିଏ ଭୋକ ପାଇଁ ପରିବାର ଭୁଲିଛି
ଭୋକ ପାଇଁ କାହା ସଂସାର ଭାଙ୍ଗିଛି
ଭୋକ ପାଇଁ ମା ପିଲାକୁ ବିକିଛି
ଭୋକ ପାଇଁ ଝିଅ ଶରୀର ବିକିଛି
ଭୋକ ପାଇଁ ଭାଇ ଭାଇର ପାଚେରୀ ଉଠିଛି
ସ୍ୱଭିମାନ ପାଇଁ ଟିକେ କେତେ ଜୀବନ
ଭୋକରେ ସମାଧି ହେଇଛି
କାରଣ ଏଇ ଭୋକ......
ଅର୍ପିତା ଦାସ
ଅଧ୍ୟାପିକା,ଓଡିଆ ବିଭାଗ,
ଝାଡେଶ୍ୱର ଡିଗ୍ରୀ କଲେଜ




0 Comments