ମିନତି ଘେନ (୯୭) - ରଞ୍ଜନ କୁମାର ପଣ୍ଡା


ପ୍ରାରବ୍ଧର କର୍ମ        ଫଳକୁ ଭୋଗୁଛି
       ଦେବିନି ତୁମକୁ ଦୋଷ
ଏହି ଜନ୍ମ କର୍ମ       ଶୃଙ୍ଖଳିତ ହେଉ
      କରନାହିଁ ଆଉ ରୋଷ ।

ବୃଥା ଅଭିମାନ      ଅହମିକା ଦମ୍ଭ
      ମନରୁ ମୋହର ପୋଛ
ସୁକର୍ମ ବିହୀନ       ମାନବ ଜୀବନ
        ମହିମଣ୍ଡଳରେ ତୁଛ ।

ସ୍ନେହ ଶ୍ରଦ୍ଧା ପ୍ରୀତି        ଅତ୍ୟଧିକ ହେଲେ
          ଦୁଃଖ ଜୀବନରେ ମିଳେ
ବିଭୁ ଆରାଧନା           କରିଲେ ଜୀବନେ
          ସୁଖର ଲହରୀ ଖେଳେ ।

ମିନତି ମୋହର         ଘେନ ହେ ଠାକୁର
          ଦୂରକର ଦୁଃଖ କଷ୍ଟ
ମହାମାରୀ ପାଇଁ          ପ୍ରାଣୀଙ୍କ ଜୀବନ
          ନ ହେଉ ପ୍ରଭୁ ହେ ନଷ୍ଟ ।


ରଞ୍ଜନ କୁମାର ପଣ୍ଡା

Post a Comment

0 Comments