କଢ଼ ଧରି ଫୁଲ ଫୁଟିବା ଆଗରୁ
ଝଡାଫୁଲ ପରି ମଉଳି ଯାଏ...
କନ୍ୟା ହୋଇ ଜନମି ଥିବାରୁ
ନର୍ଦ୍ଧମାରେ ମୁଁ ଫିଙ୍ଗା ଯାଏ...।
ନିସ୍ତବ୍ଧ ରଜନୀ ର ଅନ୍ଧାର ରେ
କୁଆଁ କୁଆଁ ଡାକି ଚିତ୍କାର କରେ...
ମାରିବାକୁ ନୁହେଁ, ବଞ୍ଚିବାକୁ ଚାହେଁ
ମା ତୋ ପଣତ ତଳେ....।
ଅଭିସପ୍ତା କନ୍ୟା ନୁହେଁ ମୁଁ
ଏ ଦେଶ ର ଭବିଷ୍ୟତ...
ମୁଁ ଜାୟା, ଜନନୀ, ଭଗିନୀ
ମୋ ଠାରେ ଆରମ୍ଭ ଆଉ ଶେଷ...।
ଦୀପାଳି ର ମୁଁ ଅଗ୍ନିଶିଖା
ସେଫାଳି ଫୁଲ ର ମହକ...
ଶାମୁକା ଗର୍ଭ ର ମୁକ୍ତା ଟିଏ ମୁଁ
ଖୋଜେ ଆଜି ମୁକ୍ତ ଆକାଶ...।
କନ୍ୟା ଭୃଣ ହତ୍ୟା ଅଟେ ମହାପାପ
କନ୍ୟା ତ ଘରର ଲଷ୍ମୀ...
ଚଉରା ମୂଳର ମୁଁ ସଞ୍ଜ ସଳିତା
ମୁଁ କନ୍ୟା, ମାତା, ଭଗ୍ନୀ, ପତ୍ନୀ...।
ପ୍ରିୟଦର୍ଶିନୀ ପ୍ରଧାନ
ଖୋର୍ଦ୍ଧା, ଛଣଗିରି




0 Comments