ଗଙ୍ଗାଠୁ ନିର୍ମଳ ଚନ୍ଦ୍ରଠୁ ଶୀତଳ,
କୁସୁମଠାରୁ ସେ ଆହୁରି କୋମଳ।
ବିପତ୍ତିରେ ଯେବେ ପଡେ ତା ସନ୍ତାନ,
ହୋଇପାରେ ସିଏ ବଜ୍ରଠାରୁ ଟାଣ।
ବିଦ୍ୟା,ଧନ,ଶକ୍ତି ସବୁରି ପ୍ରତିକ,
ସହନଶୀଳତା ଧରାଠୁ ଅଧିକ।
ମମତାର ନଦୀ ସ୍ନେହର ସାଗର,
ନିସର୍ତ୍ତ ନିସ୍ୱାର୍ଥ ପ୍ରେମର ଆଧାର।
ସନ୍ତାନଠୁ ଯଦି ପାଏ ତିରସ୍କାର,
ତେବେ ସୁଦ୍ଧା ପ୍ରେମ ଦିଏ ସେ ଅପାର।
ପ୍ରତିଦାନେ କେବେ ମାଗେ ନାହିଁ କିଛି,
ତା'ପରି ବିସ୍ମୟ ସୃଷ୍ଟିରେ କି ଅଛି !
ମାଆର ପବିତ୍ର ବାତ୍ସଲ୍ୟ ମାଧୁରୀ,
ଅମୃତ ବି ତିଳେ ନୁହଁ ତାହା ସରି।
ଆଉ କି କହିବି ମାଆ ଗୋ ତୋ ପାଇଁ,
ଯେତେ କହିଲେ ବି ଉପମା ତୋ ନାହିଁ।
ସାସ୍ୱତୀ ବେହେରା
କଳାହାଣ୍ଡି




0 Comments