ଫୁଲ ଟିଏ ମୋ ମା ପାଇଁ - ଦିପ୍ତିମୟୀ ନନ୍ଦ


ଫୁଲ ଟିଏ ମୋ ମା ପାଇଁ

ତା ପରି ଜୀବନ ଦାତା କାହିଁ 

ସୌଭାଗ୍ୟ ମୋର ତା ଗର୍ଭ ରୁ ଜନ୍ମ ନେଇ 

ମାଁ ପଦରୁ ଆଉ ପଦ ନାହିଁ 

ଫୁଲ ଟିଏ ମୋ ମା ପାଇଁ ।୧।


ଫୁଲ ଟିଏ ମୋ ମା ପାଇଁ 

ମୋ ଜୀବନ ଯାହା ଜୀବନ ହୁଅଇ 

ଟିକେ ନ ଦେଖିଲେ ଯାହା ମନ ବ୍ୟାକୁଳ ହୁଅଇ 

ଯିଏ ସାଙ୍ଗରେ ରହେ ହେଇ ସବୁବେଳେ ମୋ ଛାଇଁ

ଫୁଲ ଟିଏ ମୋ ମା ପାଇଁ ।୨।


ଫୁଲ ଟିଏ ମୋ ମା ପାଇଁ 

ଯାହା ପ୍ରେମ ମୋ ପାଇଁ କେବେ ସରେ ନାହିଁ 

ନିଜ ପାଇଁ ଯିଏ କେବେ ବଞ୍ଚେନାହିଁ 

ଭଗବାନ କୁ ଯିଏ କିଛି ନ ମାଗେ ନିଜ ପାଇଁ

ଫୁଲ ଟିଏ ମୋ ମା ପାଇଁ ।୩।


ଫୁଲ ଟିଏ ମୋ ମା ପାଇଁ

ଖୁଆଇ ଦିଏ ସେ ନିଜେ ନ ଖାଇ 

ମୋତେ କଷ୍ଟ ହେଲେ ତା ଆଖିରେ ଲୁହ ଗଡ଼ଇ 

ମା ବୋଲି ଗୋଟେ ଡାକରେ ଯିଏ ଆସଇ ଧାଇଁ

ଫୁଲଟିଏ ମୋ ମା ପାଇଁ।୪।


ଫୁଲ ଟିଏ ମୋ ମା ପାଇଁ

ଦଶ ମାସ ଗର୍ଭରେ ମତେ ସେ ଜନ୍ମ ଦେଇ 

ଯାହା କୋଳରେ ସ୍ୱର୍ଗ ଦିଶଇ 

କେତେ ଯତ୍ନରେ ପରିବାର ଯିଏ ସମ୍ଭାଳେ

ତା ପରି ଆଉ ଦେବୀ କାହିଁ

ଫୁଲ ଟିଏ ମୋ ମା ପାଇଁ ।୫।


                 ଦିପ୍ତିମୟୀ ନନ୍ଦ

                   ବଲାଙ୍ଗୀର 

Post a Comment

0 Comments