ଇଟା କାଏଁ ପ୍ରେମ - ତପନ କୁମାର ସାହୁ




ପ୍ରେମଥି ପଡିଲା ଲୋକ ଏକା କହେସି

ଜନ୍ , ପୂରଥୀ, ସୁରୁଜ, ପଦମ

ବାଟ ଅବାଟ, ନଏଦ ନଳିଆ

କିଛୁ ଜନା ନେଇ ପଡେ 

ଗୁଟେ ମୁଁହୁଁଥି ଭମରା ମନ-

ଘାଁଟି ହେଉଥିସି ହରମିସା ll


ପ୍ରେମଥି ପଡଲେ ଥରେ 

ଛ' ହାତର ବାଢ଼କେଁ ଲହପି ହେସି...

ଥୁତନାଥୁ ପଡଲା ଆମ କେଁ ବେଟି ଖେଇ ହେସି

ଆର ଥରେ ଥରେ

ଦଉଳି କଟା ନେ ହାତ ଥାପି ହେସି..

ରକତ ପଡ଼ୁ, ହାତ ପୁଡ଼ୁ

ହସିହସି ସହି ନେସି ll 


ଝକେରର ସମୀୟା ଥି କିନ୍ଦରି କିନ୍ଦରି

ଭୂତେନ ପରା

କେନ ଭେଜି ବାଏରଥି

ଉଣ୍ଡଲି ଘେଁସରୀ କଥା ହେଇ ହେସି

ଯେଭେଁ ଟୁକେଲଟେ ନୂଆ ନୂଆ ପ୍ରେମଥି ପଡ଼ସି 

ଭୁକ, ସୁସ, ଭୁଲିକିନା

ଡ଼ଗ ଡଗିଆ ଖରାଥି, ' ଜୁଏ ରୁକା ଧୁକାନେ

କେନ ଅମରୁତମଡ଼ା ଗଛର ଛେଏଁରାଥି 

 କି ଯାମ ଗଛର ଡ଼ାଲଥି ଝୁଲି ଝୁଲି...!!

 ଛେଏଁରାର ନିଶାନେ, ଖଜୁର ଗଛ କି ବମଡ଼

 ନୁରତେଲ ଯାଏଁସି

 ଟିକେ କଥା ହେବାର ଲାଗି

 ମନ ରସିଆର ମୁଁହୁଁନୁ ମିଠା କଥା ପଦେକ ସୁନବାର ଲାଗି ll


କାଏଁଟା ହୋ ' ଇ ପ୍ରେମ

କିଏ ଜାନିଛେ

ତମେ ଦେଖିଛ ଭାଏଲ

ଉକିଆର ବାଟେ ଚାଲତେଲ ଅନ୍ଧାର କେଁ

ଅନ୍ଧାରନୁ ଲହଁପିଦେସି ଆର କେନିକେ

ଝୁମରାର ଦେସେ ' ଦେଖାସି ସପନ

ତତଳା ପାଏନଥି ଗୁଧେଇ

ରକତ ସବୁକେଁ ରେଙ୍ଗଠି ବାଗିର ଗଦା କରସି

ରାଏତ ସରକ, ଭରମ ଭିତରେ ଜଳକୁ ଥିସି

କାଏଁଟାହୋ ଇ ପ୍ରେମ, ଲାଗଲେ

ମଦୁଆର ନିଶାବି ଘୁଛତେଲ ଯାଏସି ll


ଫୁଲର ମହକାନି ଭିତରେ,' ରୁପାରୁମା, ଭମର

ଫୁଲ ବିଚରି ଝଜ ମରେଇ ଗଲାନା

କେଁ ବୁଝିଛେ,' ପ୍ରେମ ବାଏରୀ,

ଭମରା ଇନେ ସେନେ ସବୁଥି ମୁଁହୁଁ ମାର୍ସି

ପରଛା ମନଥି ଅପଗୁନର ଜୁଏ

ଘେଁସରେଇ ଘେଁସରେଇ ତାହାକେ

ଇ ଦୁନିଆଥି ବଦନାମ କରସି 

ଇଟାତ ସେ ପ୍ରେମ !



ହଁ କେଁ

ଇଟା ତ ସେ ପ୍ରେମ

ଯେନ ଖୁସିର ସମିଆ

ହାତୁ ବାହାରି ଗଲାଯେ,

ମୁଲଚାଲ ଦେଇ ଫିରୁଛେ l 


ମନର ଦରଦକେଁ ଛାତିର ରକତଥି ମାପସି

ପ୍ରେମ କାଏଁ ଜାନସି...

ମୁନୁଷର ଜାଏତ, ଧରମ, କରମ

ହଁ ମନଭିତରେ ଫୁଟାସି 

ଗୁଟେ ଗହକିର ଫୁଲ

ଚାଏର ଦିଗଥି ମହକି ମହିକି ବାସସି ll

ତପନ କୁମାର ସାହୁ

କଳାହାଣ୍ଡି

Post a Comment

1 Comments

  1. ବମଡ଼ ଗଛ କୁ English ରେ କଣ କୁହାଯାଏ।

    ReplyDelete