ମୁଁ, ତୁମେ ଓ ସେ - ଭାରତୀ ରଥ


"ମୁଁ" ଆହତ ଜଟାୟୁଟିଏ 
ଅଶାନ୍ତିର ବଳୟଭିତରେ ଖୋଜୁଛି 
ଶାନ୍ତିର ପଥ 
ତ୍ରିଶଙ୍କୁ ଅବସ୍ଥାରୁ ଚାହୁଁଛି ମୁକ୍ତି 
କିନ୍ତୁ କିଏ ଦେବ ମୋତେ ମୁକ୍ତି? 
ଏଠି ତ ରାମଟିଏ ପାଇବା ସୁଦୂର ପରାହତ  । 

ଅତୀତରେ ହଜିଥିବା ସ୍ମୃତିଟିଏ "ତୁମେ "
ଆସିଥିଲ ମୋ ଜୀବନରେ ଉଲ୍କାଟିଏ ହୋଇ 
ଚାଲିଗଲ ବର୍ଷାର ବୁଦ୍ ବୁଦ୍ ପରି ।
ତୁମେ ବି ତ ଖୋଜିଥିଲ ମୁକ୍ତି 
କଳୁଷିତ ସମାଜର ଚକ୍ରବ୍ୟୁହରୁ 
କିନ୍ତୁ କିଏ ଦେଲା ତୁମକୁ ମୁକ୍ତି 
ତୁମ ପ୍ରେମକୁ ସ୍ବୀକୃତି?

"ସେ" ତ ସୁଧାମୟ 
ନିଥର , ନିଶ୍ଚଳ ସଦା ତସ୍ ଲିମାର 
"ଲଜ୍ଜା" ଭିତରେ 
ସଂଗ୍ରାମୀ ବ୍ୟକ୍ତିତ୍ବ ଟିଏ 
ସମ୍ପ୍ରଦାୟୀକତାର ଜାଲ ଭିତରେ ।
ମୁକ୍ତି ଖୋଜୁଛି, ଖୋଜୁଥିବ ଚିରଦିନ 
ପାରିବକି ମୋତେ ଆପଣର କରି 
ଜନ୍ମଜନ୍ମାନ୍ତରେ ?? 

ଭାରତୀ ରଥ
ରଗଡି, ବାଙ୍କୀ, କଟକ

Post a Comment

0 Comments