ଗାରିମାମୟ ଉତ୍କଳ - ବନଲତା ଜାଲି





ଗୁଣ ଗାରିମାରେ ପୂର୍ଣ୍ଣ ମୋ ଓଡିଶା 
ଉତ୍କଳ ଯାହାର ନାମ 
ଏ ପୁଣ୍ୟ ଭୂମିର ସନ୍ତାନ ହୋଇ ମୋ 
ଜୀବନ ହୋଇଛି ଧନ୍ଯ ।।

ପ୍ରତି କୋଣେ ଭରା କଳାର ସମ୍ଭାର 
ଅଦ୍ବିତୀୟ କୀର୍ତ୍ତିରାଜି
କୋଣାର୍କ ମନ୍ଦିର ଲିଙ୍ଗରାଜ ଆଉ 
ଶ୍ରୀମନ୍ଦିର ସାକ୍ଷୀ ଆଜି ।।

ମନ୍ଦିରମାଳିନୀ ଐତିହ୍ୟ ଖଣି 
ହସ୍ତତନ୍ତ ଭାସ୍କର୍ଯ୍ୟର 
ସୌନ୍ଦର୍ଯ୍ୟ ପୂରିତ ମନଲୋଭା ଦୃଶ୍ୟ 
ଐଶ୍ବର୍ଯ୍ଯର ଗନ୍ତାଘର ।।

ଖଣ୍ଡଗିରି ଆଉ ଉଦୟଗିରିର 
ଭାସ୍କର୍ଯ୍ୟର ନୈପୁଣ୍ଯତା 
ସର୍ବ ଧର୍ମ ଆଉ ସମନ୍ବୟନୀତି 
ଦେଉଛି ଐତିହ୍ୟ ବାର୍ତ୍ତା ।।

ନୀତି ପରମ୍ପରା ଏହାର ନିଆରା 
ବାର ମାସ ତେର ଓଷା 
ସଂସ୍କାର,ସଂସ୍କୃତି,ଧର୍ମ,ପରମ୍ପରା 
ମଧୁର ତା'ମିଠା ଭାଷା ।।

ନାହିଁ ଏଠି ପୁଣି ଉଚ୍ଚନୀଚ ଭାବ 
ବିଶାଳ ତା'ର ହୃଦୟ 
ଆତ୍ମୀୟତା ପଣ ଉଦାରତା ଭାବ 
ଏହା ତା'ର ପରିଚୟ ।।

ଅନେକ ପୁରୋଧା କେତେ ବୀର ଯୋଦ୍ଧା 
ଦେଇଛି ପରା ଏ ଜନ୍ମ 
ଏ ପୁଣ୍ୟ ଭୂମିର ସନ୍ତାନ ହୋଇ ମୋ 
ଜୀବନ ହୋଇଛି ଧନ୍ଯ ।।


ବନଲତା ଜାଲି 
 କୃଷ୍ଣପ୍ରସାଦ, ପୁରୀ 

Post a Comment

0 Comments