ପୃଥିବୀ - କାହ୍ନୁ ଚରଣ ସାହୁ




ସହିଛି କେତେଯେ ଯାତନା ବେଦନା
ଯୁଗେ ଯୁଗେ ମୁକ ସାଜି
ପ୍ରତିରୋଧ କେବେ କରିନାହିଁ ଜମା
ବିଷାକ୍ତ ହୋଇଛି ଆଜି ।

ବକ୍ଷରେ ବୋହିଛି କେତେ ଜୀବଜନ୍ତୁ
କେତେ ଜାତିର ଯେ ବୃକ୍ଷ
କେତେ ନଦୀ ହ୍ରଦ ସାଗର ପର୍ବତ
ଦେଖାଇ ତାହାର ଦକ୍ଷ  ।

ନୂଆ ଯୁଗ ସାଥେ ତାଳ ଦେଇ ସିଏ
ବଦଳି ଚାଲିଛି ସଦା
ପ୍ରଦୂଷିତ ଆଜି ତା ସାରା ଶରୀର
ବୁଝନ୍ତିନି କେହି ବ୍ୟଥା  ।

କେତେ ମୂଲ୍ୟବାନ ନାନା ଜାତି ଦ୍ରବ୍ୟ
ଶରୀରେ ତାହାର ପୂର୍ଣ୍ଣ
ମନ ମୋହିନୀଏ ପ୍ରକୃତି ସୌନ୍ଦର୍ଯ୍ୟ
ଆକାଶ ଛାତିର ଜହ୍ନ । 

କାହାକୁ କରିନି ପର ଆପଣାର
ସଭିଏଁ ନିଜର ତାର
ପ୍ରତି ମୁହୂର୍ତ୍ତରେ ପ୍ରଦୂଷିତ କରେ
ଗର୍ବ ବହି ହୃଦେ ନର  ।।


କାହ୍ନୁ ଚରଣ ସାହୁ
ପଣ୍ଡକାମାଳ, ମ.ରାମପୁର, କଳାହାଣ୍ଡି
ସମ୍ପାଦକ- ସୃଷ୍ଟି ସମ୍ଭାର


Post a Comment

0 Comments