ବ୍ଯାସକବି ଫକୀର ମୋହନ -ଜଗବନ୍ଧୁ ସାହୁ



୧୮୪୩ ମସିହା ଜାନୁଆରୀ ତେରରେ
ହୋଇଥିଲ ତୁମେ ଜନ୍ମ
ଉତ୍କଳ ମାଟିର        ସୁଯୋଗ ସନ୍ତାନ
ଘେନ ଶ୍ରଦ୍ଧାଞ୍ଜଳି ଆମ

ବାଲେଶ୍ବର ଜିଲ୍ଲା   ମଲ୍ଲିକାଶ ପୁରେ
ସେନାପତି ପରିବାରେ
ବ୍ରଜମୋହନଙ୍କ        ସୁଯୋଗ୍ୟ ସନ୍ତାନ 
ଆସିଥିଲ ମର୍ତ୍ତ୍ୟପୁରେ

ଓଡିଆ ଭାଷାର        ଯାଦୁଗର ତୁମେ
ରଚିଗଲ ଗଳ୍ପ କାବ୍ଯ
ଛ'ମାଣ ଆଠଗୁଣ୍ଠ          ଆତ୍ମ ଚରିତ
ଲେଖା ସବୁ ତୁମ ଦିବ୍ଯ

ମାମୁ ଗଳ୍ପସ୍ବଳ୍ପ       ପ୍ରାୟଶ୍ଚିତ ଲାଛମା
ରଚିଗଲ ନାନା ଗଳ୍ପ
କବିତା ମାଧ୍ଯମେ      ତୁମ କୀର୍ତ୍ତି ଯଶ
ଲେଖୁ ଅଛି ଅଳ୍ପ ଅଳ୍ପ

ଇଂରାଜୀଙ୍କ ହାତେ       ଧରା ପଡିବାରୁ
ଖଟାଇ ଉତ୍ତମ ବୁଦ୍ଧି
ଲେଖି ଥିଲ ଚିଠି      ନିଜ ପରିବାରକୁ
ଭାଷାକୁ କରି ଯେ ସୁଦ୍ଧି

ଶହେ ପାନ ସାଥେ      ଦୁଇଶହ ଗୁଆ
ଉତ୍ତରେ ଆଖୁ ବାଡକୁ
ପାଣି ବୁହାଇବ      ବୋଲି ଲେଖି ଥିଲ
ସଚେତନ କଲ ସଭିଙ୍କୁ

ଶହେ ପାନ ଅର୍ଥ         ଶହେ ସୈନିକ
ଗୁଆ ଅର୍ଥ ପୁଣି ଗୁଳି
ଆଖୁବାଡ ଅର୍ଥ           ନିଜ ରାଜ୍ଯର
ସେନା ପଠାଇବ ପୁଣି

ନାମ ‐ ଜଗବନ୍ଧୁ ସାହୁ
ଗ୍ରାମ ‐ ଛଞ୍ଚାଣିଆ ପଲ୍ଲୀ
ଜିଲ୍ଲା ‐ ଗଞ୍ଜାମ
ଦୂରଭାଷା ‐ 8780042579

Post a Comment

0 Comments