ବାଘ ଆସେ - ବୃନ୍ଦାବନ ପ୍ରଧାନ



ବେଳେବେଳେ ସହର ଭିତରକୁ

ବି ବାଘ ଆସିଯାଏ 

ତାର ଭୋକ ଲାଳସାକୁ 

ମେଣ୍ଟାଇବାକୁ ....  ।

ବାଘ ତ ଆସେ ଥରକୁ ଥର 

ହିଂସ୍ର ରୂପ ଧାରଣ କରି 

ସେ ପୋଷା ମନା ବାଘ ନୁହେଁ 

ତାକୁ ନ ଦେଖି ବି ମଣିଷ ଯାଉଥାଏ ଡରି। 

କାଳେ ଆସିଯିବ ବୋଲି 

ଚେତନା ବି ହଜିଯାଏ ଖାଲି ଖାଲି 

ହେଲେ ବାଘର ଦୃଷ୍ଟି ଥାଏ 

ଅଗଣିତ ଜନତା ଉପରେ 

ହଜମ କରିପାରେନି 

ଗହଳି ଦେଖିଲେ 

ଝାମ୍ପି ନିଏ ଅତି ସହଜରେ। 

ବାଘ ତ ଏମିତି ଆସେ 

ହଜାର ହଜାର ଲୋକଙ୍କୁ 

ଅନାଥ କରି ଏକାକି 

ଛାଡିଚାଳିଯାଏ। 

କେତେ କ୍ରନ୍ଦନ ର ରୋଳ 

ସହର ଅଖ୍ୟାତ ସାହିରେ 

ଛୁଟି ଆସୁଥାଏ 

ଅଥଚ ସହର ଆଜି 

ନିରବ ନିଶ୍ଚଳ ନିସ୍ତବ୍ଦ

ବାଘ ଆସୁଛି ବୋଲି 

ଲୋକ ଛାନିଆଁ ହେଉଛନ୍ତି ଖାଲି ।



ବୃନ୍ଦାବନ ପ୍ରଧାନ

ବାଉଲସିଂହା ଭଟଲି ବରଗଡ଼

Post a Comment

0 Comments