ଓଃ ଜୀବନ! ବୁକୁ ଉପରେ ବସି
ହା ହତାସିଯାଇ ଆକାଶକୁ ଦେଖୁଥିବା
ଭରାଆଖି ଦୁଇକୁ କେତେ ସହଜରେ
ଟାଣିଆଣୁ ଏ ମାଟି ଉପରକୁ ,
ବିଷାଦର କଳା ଛାଇରେ ଯେବେ
ଢାଙ୍କିହୋଇ ସାଙ୍କୁଡ଼ି ଯାଏ
ଆଲୋକର ରାସ୍ତାଟେ ଆଶାହୋଇ
ବିଛୁଡ଼ି ଦେଉ ଏଇ ଛିଣ୍ଡା ପଣତରେ ।
ସୁଖଦୁଃଖକୁ ସମାନ୍ତରାଳରେ
ଆଗେଇ ନେବାରେ ,
ପାପପୁଣ୍ୟର ଭେଦ ବୁଝେଇବାରେ,
ପ୍ରେମରେ ନିଜ ଲୋକକୁ ସମର୍ପଣ କରିବାରେ
ଆଖି ଲୁହକୁ ଓଠର ଧାରେ ହସରେ ଲୁଚେଇବାରେ
ଏଇ ଜୀବନ ବେଶ୍ ପାରଙ୍ଗମ ।
ଆ ଜୀବନ ଯେତିକି ମୁହୂର୍ତ୍ତ ମୋ ହାତେ ଅଛି
ତତେ ଥରେ ମନଭରି ବଂଚିଯାଏ ।
( ଇରିଗେସନ କଲୋନୀ , ଲେନ ନଂ -୮
ଭବାନୀପାଟଣା, କଳାହାଣ୍ଡି
ପିନ୍- ୭୬୬୦୦୧ )




0 Comments