ବେଇମାନି ପ୍ରିୟା ଭୁଲିଗଲୁ ମତେ
ଭୁଲିଯାଇ ପ୍ରେମ ପ୍ରୀତି
ମୁଁ କିନ୍ତୁ କାହିଁକି ଭୁଲି ତ' ପାରୁନି
ଗଡା଼ଉଛି ଲୁହ ନିତି |
ଭାବିଥିଲି ତତେ ମନରେ ମୋହର
ମୋ' ମନ ମାଣିକ ବୋଲି
ମାଣିକ ନୁହେଁ ତୁ ମନହନ୍ତା ବୋଲି
ଭାବି ତ' ହେଉଛି ଭାଳି |
ମୋ' ମନ ଆକାଶେ ଉଡ଼ୁଥିଲୁ ପ୍ରିୟା
ମୋ' ବଣି ପକ୍ଷୀଟି ହୋଇ
ଆଜି ସେହି ବଣି ମୋ' ବସା ଭାଙ୍ଗିକି
ଚାଲିଲା କୁଆଡେ ଉଡି |
କଥା ଦେଇଥିଲୁ ହାତ ଧରିବାକୁ
ସଦା ସାଥୀ ମୋର ହୋଇ
ସେହି କଥା ଆଜି କେଉଁଠି ଜାଳିଲୁ
ଭାବି ମୁଁ ହେଉଛି ବାଇ |
ଥିଲା ଯଦି ମନେ କାହାପାଇଁ ପ୍ରେମ
ମତେ କାହିଁ କଲୁ ଛଳ
ସେ' ଛଳ ପ୍ରେମରେ ପଡ଼ିଯାଇ ଆଜି
ହେଉଅଛି କଲବଲ |
ଜାଣି ମୁଁ ନଥିଲି ଭାବି ବି ନଥିଲି
ମୋ' ପ୍ରିୟା ହୃଦୟ ହୀନା
କେମିତି ବୁଝିବ ଅବୁଝା ମନଟି
ମରିଯିବ ତୋ'ରି ବିନା |
✍️ଚିନାପାନା ଲୋକନାଥ ରେଡ଼ି
ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ର
ଫିରୋଜ ପେଣ୍ଠ, କତୁରୁ,
ଗୋଳନ୍ଥରା, ବ୍ରହ୍ମପୁର
ଗଞ୍ଜାମ
761009
7606858260
**************




0 Comments