ରାତି ଆସି
ଚଢି ଚାଲିଗଲା
ନିଦର ସଜ ସଜ
ସବୁଜ କ୍ଷେତରେ ,
ଦଳି ମକଚି ଚୁନା କଲା
ଆଖିର ଆଖିଏ
ତଟକା ନିଦର ସାମ୍ରାଜ୍ୟ ,,
ତଥାପି ,,
ଖୋଜେ ମୁଁ ରାତିକୁ
ଖୋଜେ ମୁଁ ନିଦକୁ
ସ୍ବପ୍ନ ଆସିବ ,
ଆସିବ ତୁମେ
ଦେଖା ହେବ ସ୍ୱପ୍ନରେ ସ୍ୱପ୍ନରେ
ସ୍ୱପ୍ନର ସହରରେ ,,
ଶ୍ରାବଣ ଟା
ଫେରିଗଲା
ବରଷି ବରଷି ,
ଭିଜାଇଲା ସାରା ଦେହ
ମନର ସନ୍ଧି କନ୍ଦି
ବତୁରିଲା ହୃଦୟଟା
ଶ୍ରାବଣୀ ଲୋତକେ ,,
ତଥାପି ,,
ମୁଁ ଖୋଜୁଥିଲି
ତୁମକୁ
ତୁମ ବାହୁ ବନ୍ଧନର
ଆବଦ୍ଧ ରେ
ଏକା ଏକା ଭିଜିବାକୁ
ତୁମ ହସର
ମଳୟ ବାଆ ରେ
ପ୍ରେମର
ତୁହା ତୁହା ବର୍ଷାରେ ,,,
ଫୁଲ ଫୁଟି
ବାସି ହେଲା
ଝଡି ଗଲା
ମୋହରି ନିସ୍ତେଜ ଶରୀରେ ,,
ଶବ ହୋଇ
ସଜା ହେଲି
କୁଢ଼ କୁଢ଼ ସୁବାସିତ ଫୁଲରେ ,,
ତଥାପି ,,
ମୁଁ ଖୋଜୁଥିଲି
ଫୁଲରେ ଫୁଲରେ
ମୋ ପାଇଁ ଫୁଟିଥିବ
ଯୋଉ ବଗିଚାରେ
ଆସିବ ତ ନିଶ୍ଚୟ.....
ମୋ ଶେଷ ଶୋଭା ଯାତ୍ରାରେ ,,
ଦେଖା ହେବ
ମଶାଣି ପିଣ୍ଡାରେ ,,,
ତଥାପି ,,
ମୁଁ ,,
ଖୋଜୁଥିବି
ତୁମକୁ ,,
ପ୍ରତିଟି ନିସଙ୍ଗ ମୁହୂର୍ତ୍ତରେ ,
ପ୍ରତିଟି ସ୍ପନ୍ଦିତ ହୃଦୟ ବେଳାରେ ,,
ଖୋଜୁଥିବି
ଜନ୍ମ ଜନ୍ମାନ୍ତରେ
ପ୍ରତିକ୍ଷାରେ ପ୍ରତିକ୍ଷାରେ ,,
ହରେରାମ ଦାସ
ବାଲେଶ୍ବର
ବାଲେଶ୍ବର
*********************




0 Comments