ମୁଁ ସ୍ବତନ୍ତ୍ର
ବୋଧେ ମୁଁ ସ୍ବତନ୍ତ୍ର
ସ୍ବାଧୀନତା ଦିବସ
ପାଳନ କରୁଛି
ପାଠ ବି ପଢୁଛି
ପାଠ ମଧ୍ୟ ପଢାଉଛି
ଚାକିରି ବି କରୁଛି
ଆକାଶ ରେ ଉଡୁଛି
ଦେଶର ସୀମାକୁ ଜଗିଛି
ଆଜି ମୁଁ ସପନ ସାକାର
କରିବା ପାଇଁ ଅଧିକାର ପାଇଛି
ହେଲେ ବିଡ଼ମ୍ବନା ଏତିକି ଯେ
ଯାହା ମୋର
ତାକୁ ବି ମୋତେ
ହାତ ପତାଇ ମାଗିବାକୁ ପଡୁଛି
ତଥାପି ମୁଁ ଭାବୁଛି
ମୁଁ ସ୍ବତନ୍ତ୍ର
ବୋଧେ ମୁଁ ସ୍ବତନ୍ତ୍ର।
ଦିନ ହଉ ବ ରାତି
ମୁଁ ଏକା ଗୋଡ କାଢ଼ିବାକୁ ଡରୁଛି
ମୋତେ ସୁହାଇଲା ଭଳି
ବସ୍ତ୍ର ପିନ୍ଧିବା ପାଇଁ
ଅଧିକାର ପାଇଛି
କିନ୍ତୁ ପିନ୍ଧିବା ଆଗରୁ
ହଜାରେ କୁଭାବନା
ମନ ଘେରୁଛି
ଅନ୍ୟ କାହାର ନଜର
ମୋ ଶରୀରକୁ କଳୁଷିତ କରିଦେବନି ତ
ମନେ ପ୍ରଶ୍ନ ଉଠୁଛି
ତଥାପି ମୁଁ ଭାବୁଛି
ମୁଁ ସ୍ବତନ୍ତ୍ର
ବୋଧେ ମୁଁ ସ୍ବତନ୍ତ୍ର।
ମୋ ଚରିତ୍ରଗଙ୍ଗା ଜଳ ପରି
ନିର୍ମଳ ରହିବ ସେଥିପାଇଁ
ମୋ ମା ଆଜି ବି ମୋତେ
ମୁହଁ ବନ୍ଦ ରଖିବାକୁ ଶିଖାଉଛି
କାହିଁକି ନା
ଏ ଛଦ୍ମବେଶୀ ସମାଜ କୁ
ସେ ଆଜି ବି ଡରୁଛି
ତଥାପି ମୁଁ ଭାବୁଛି
ମୁଁ ସ୍ବତନ୍ତ୍ର
ବୋଧେ ମୁଁ ସ୍ବତନ୍ତ୍ର।
ସୁନିତା ପଟେଲ
ଗ୍ରାମ-ନୂଆପାଲି
ପୋଷ୍ଟ- ରଘୁନାଥ ପାଲି
ଜିଲ୍ଲା-ଝାରସୁଗୁଡା
ପିନ୍-୭୬୮୨୧୩




0 Comments