ଅଲିଅଳି ସୀତା ଲାଜକୁଳୀ ଲତା
ବାପା ମାଆ ଙ୍କର କୁଳନନ୍ଦିନୀ
ପରିବାର କହେ ଲକ୍ଷ୍ମୀବନ୍ତା ମୁଁ ଯେ
ଭାଇ ମାନଙ୍କର ଗେହ୍ଲି ଭଉଣୀ ।
ଓଡ଼ିଆ ଘରେ ମୁଁ ଜନମ ନେଇଛି
ପିନ୍ଧେନି ଜିନସ୍ ଚିରା କି ଫଟା
ସମ୍ବଲପୁରୀ ଶାଢ଼ି ମୋ ଦେହେ ସୁନ୍ଦର
ସୁନ୍ଦର ଲାଗୁଛି ତା ଉଢଣି ଟା ।
ରୋଷେଇ କରେନି ଚାଓ ବିରୀୟାନି
କରେନି ପିଜା କି ସେ ଚିମିଚାଙ୍ଗ
ପିଠା ପଣା କରେ ଆରିସା ଏଣ୍ଡୁରି
ବଡ଼ି ଚୁରା ସାଙ୍ଗେ ପଖାଳ ଶାଗ।
ଶୁଭ ଅବସରେ ଜାଳେନି କେଣ୍ଡେଲ
ଦୁଃଖୀ ହୁଅନ୍ତିନି କୂଳ ଦେବତା
ନିତି ସଞ୍ଜବେଳେ ଚଉଁରା ମୂଳରେ
ଅର୍ପଣ କରେ ମୁଁ ଘିଅ ସଳିତା।
ହାଲୋ ହାଏ କେବେ ହୁଏନି ମୋ ଦ୍ଵାରା
ଅଜ୍ଞାତେ କରେନି ମିଛ ବନ୍ଧୁତା
ଆଣ୍ଠୁ ମାଡ଼ି କରେ ପୂଜ୍ୟ ଦଣ୍ଡବତ
ଭୁଲେ ନାହିଁ କେବେ ମାନବିକତା।
ଲଜ୍ୟା କୁ କରିଛି ତନୁ ଆଭୁଷଣ
ମହ ମହ ବାସେ ଆମ ସଂସ୍କାର
ସଂସ୍କାର ରେ ଗଢେ ଘର କୁ ମନ୍ଦିର
ସୁନା କନିଆ ମୁଁ ଓଡ଼ିଆ ଘର
ଭାବ ଡୋରି ବାନ୍ଧେ ଏ ଘରୁ ସେ ଘର
ସମ୍ପର୍କ ମୋହର ଦୁଇ କୂଳକୁ
ସଭିଙ୍କ ମନରେ ହସର ଲହରୀ
ଆନନ୍ଦ ଯୋଗାଏ ଏହି ମନକୁ
ବଗ ଚାଲି ପରି ଚଲେନି ମୁଁ କେବେ
ଚାଲି ମୋର ସତେ ଗଜଗାମିନୀ
ମୋ ପାଇଁ କେତେଯେ ସପନ ଦେଖନ୍ତି
ହିସାବ କେତେ ଯେ ମୁଁ ବି ଜାଣିନି।
ପୁଅଙ୍କ ପ୍ରେମରେ ପଡେନାହିଁ କେବେ
ଯେମିତି ଲାଗୁଛି ସେ ଏଲୋପାଥି
ଧିରେ ଧିରେ ବୁଝି ପ୍ରେମ କରିବସେ
ଓଡ଼ିଆ ଝିଅ ମୁଁ ହୋମିଓପାଥି ।
ଅମୂଲ୍ୟ ରଞ୍ଜନ ବିନ୍ଧାଣି
ଭାରତୀୟ ସ୍ଥଳ ସେନା
ଖଇରା, ବାଲେଶ୍ଵର




0 Comments