ମିନତି ଘେନ(୧୧୦) - ରଞ୍ଜନ କୁମାର ପଣ୍ଡା



କାହାକୁ କହିବି       ନିଜର ବୋଲି ହେ
          ସଭିଏଁ ତ ଏଠି ପର
ତୁମେ ତ କେବଳ     ଜଗତ ଈଶ୍ୱର
         ଅଟ ଆଜି ମୋ ନିଜର ।
ଥକି ମୁଁ ଗଲିଣି      କଣ୍ଟକିତ ପଥେ
        ଚାଲିବାକୁ ନାହିଁ ଶକ୍ତି 
ଅଜଣା ମଣିଷ           ଅଟନ୍ତି ମୋ ବନ୍ଧୁ
      ତାଙ୍କ ଠାରେ ମୋର ଭକ୍ତି।
ଆଦର ଯା'ଠାରେ       ରଖେ ମୁଁ ବିଶ୍ୱାସେ
         ଭିନ୍ନ ଅଟେ ତାର ମନ
ସ୍ୱାର୍ଥରେ ଜଡିତ         ନ ହୁଏ ମୁଁ କେବେ
        ମିନତି ମୋହର ଘେନ ।


ରଞ୍ଜନ କୁମାର ପଣ୍ଡା
କୋରାପୁଟ 

Post a Comment

0 Comments