କାହାକୁ କହିବି ନିଜର ବୋଲି ହେ
ସଭିଏଁ ତ ଏଠି ପର
ତୁମେ ତ କେବଳ ଜଗତ ଈଶ୍ୱର
ଅଟ ଆଜି ମୋ ନିଜର ।
ଥକି ମୁଁ ଗଲିଣି କଣ୍ଟକିତ ପଥେ
ଚାଲିବାକୁ ନାହିଁ ଶକ୍ତି
ଅଜଣା ମଣିଷ ଅଟନ୍ତି ମୋ ବନ୍ଧୁ
ତାଙ୍କ ଠାରେ ମୋର ଭକ୍ତି।
ଆଦର ଯା'ଠାରେ ରଖେ ମୁଁ ବିଶ୍ୱାସେ
ଭିନ୍ନ ଅଟେ ତାର ମନ
ସ୍ୱାର୍ଥରେ ଜଡିତ ନ ହୁଏ ମୁଁ କେବେ
ମିନତି ମୋହର ଘେନ ।
ରଞ୍ଜନ କୁମାର ପଣ୍ଡା
କୋରାପୁଟ
0 Comments