କୋଟି କର୍ନ୍ଦପ ରୂପ ଲାବଣ୍ୟ
ହେ ରାମ ହେ ରାମ।୦।
ରାଜୀଵ ଲୋଚନ କରୁଣା ନିଧାନ
ମର୍ଯ୍ୟାଦାବନ୍ତ ପୁରୁଷୋତ୍ତମ
ହେ ରାମ ହେ ରାମ..।୧।
ଭଲ୍ଲୁକ ମର୍କଟ ହୃଦୟ କବାଟ
କଉଶଲ୍ୟା ନୟନ ଅଞ୍ଜନ
ହେ ରାମ ହେ ରାମ...।୨।
କୋଶଳ କିଶୋର ସତ୍ୟ ଅବତାର
ହନୁମାନ ହୃଦ ଆଭରଣ
ହେ ରାମ ହେ ରାମ..।୩।
ଜାନକୀ ନାୟକ ଦୁଃଖ ବିନାଶକ
କୋଦଣ୍ଡ କାଣ୍ଡ କାନ୍ଧେ ଶୋଭନ
ହେ ରାମ ହେ ରାମ.. ।୪।
ପଦ ଅରବିନ୍ଦ ଚୁମେ ମୁଁ ମିଳିନ୍ଦ
ଆନନ୍ଦ କନ୍ଦ ଘେନ ପ୍ରଣାମ
ହେ ରାମ ହେ ରାମ ।୫।
ଏକଡାଳ, କାନପୁର, କଟକ
ମିଳିନ୍ଦ- ଭ୍ରମର



0 Comments