ଦିନ ବିତିଯାଏ କଥା ରହିଯାଏ - ସବିତା ନାୟକ



ଦିନ ବିତି ଯାଏ କଥା ରହିଯାଏ 
ଇତିହାସ ହୁଏ ଲେଖି 
କୋଣାରକ ଗାଏ ଧରମାର କଥା 
ଭଗ୍ନ ଶିଳାସ୍ତୁପ ସାକ୍ଷୀ। 

ଧଉଳି ଗାଉଛି ଚଣ୍ଡାଶୋକ କଥା 
ବୁଦ୍ଧଙ୍କର ନୀତି ବାଣୀ 
ଦୟାନଦୀ କହେ ବଳୀଦାନ ଗାଥା 
ମୁକ ଧଉଳିଟି ସାକ୍ଷୀ। 

ବୀର ଖାରବେଳ ବିଜୟ ବାରତା 
ହାତୀଗୁମ୍ଫା କହେ କଥା 
ଜୈନ ସନ୍ୟାସୀଙ୍କ  ଜୀବନ ପ୍ରତିମା 
ଗାଏ ନିର୍ବାଣର ଗାଥା। 

ସମୟ ଯାଏଟି ଅଟକି ରହେନି 
ରହିଯାଏ ପାଦଚିହ୍ନ 
ଆଜି କଥାଗୋଟି କାଲି ଇତିହାସ 
ଭୁଲିପାରେ କି ଏ ମନ। 


ସବିତା ନାୟକ 
ଶିକ୍ଷୟିତ୍ରୀ 
ମାଧବାନନ୍ଦ ଜିଉ ହାଇସ୍କୁଲ
ମାଧବ, ନୀଆଳି, କଟକ

Post a Comment

0 Comments