ମୁଁ ଅନେଶତ ରାଣୀ ରାଜା -ଜଗବନ୍ଧୁ ସାହୁ



ଝିଲି ମିଲି ମଲ୍ଲୀ     ଅଛନ୍ତି ଯେ ମୋର 
        ଅନେଶତ ପାଟ ରାଣୀ 
ପ୍ରେମ ଭରା ସିଏ        ପ୍ରୀତିର ପରସ
         ଦିଅନ୍ତି ମୋ ହୃଦେ ବୁଣି

ତାଙ୍କ ହୃଦୟର       ପ୍ରେମ ବଗିଚାରେ 
         ମୁଁ ଯେ ଦୁଷ୍ଟ ପ୍ରଜାପତି
ପ୍ରୀତି ରଚୁ ରଚୁ      ବାସର ଶେଜରେ 
        ପାହି ପାହି ଆସେ ରାତି

ମୋ ପ୍ରେମକୁ ସିଏ      ହୃଦୟେ ସାଇତି 
         କରୁଥାନ୍ତି ସଦା ପୂଜା 
ଏମିତିକା ମୋର        ପ୍ରେମର ଦୁନିଆଁ
        ମୁଁ ଅନେଶତ ରାଣୀ ରାଜା


ଜଗବନ୍ଧୁ ସାହୁ
ଜିଲ୍ଲା ‐ ଗଞ୍ଜାମ
ଭାୟା ‐ ପୋଲସରା
ପୋଷ୍ଟ ‐ ବେଲଗାଁ

Post a Comment

0 Comments