କେବେ ଏ ଆଖି ଦେଖିବ ଆଉ
ଦୌଡୁଥିବାର ଦୁନିଆଁ
ଦୌଡୁଥିବେ ସାଙ୍ଗ ମେଳରେ
ପପୁ ଗେହ୍ଲୀ ଓ ସନିଆଁ ।।
ଜେଜେଙ୍କ ବୁଲା ସକାଳ ବେଳା
ଜେଜିମା ମନ୍ଦିର ଆଡେ
ବାପାଙ୍କ ଗାଡ଼ି ଖତ ହେଲାଣି
ଛକ ଟା ମନେ ପଡେ।
ଚା ପିଇବା ଖଟି କରିବା
ସାତ ସପନ ଏବେ
ପାର୍ଟି ଫାର୍ଟି ଗେଟ୍ ଟୁଗେଦର
ହୋଇବ ସତେ କେବେ!
ସକାଳୁ ସଞ୍ଜ ସଞ୍ଜରୁ ରାତି
ମା ଙ୍କ ଖଟଣି ଭାରି
ସଭିଏଁ ଏବେ ଘରେ ଯେ ବନ୍ଦୀ
ସଭିଙ୍କ କାମ କରି।।
ସ୍କୁଲ ଯିବା ଭୂଲିଗଲେଣି
ମିନୁ, ଠୁକୁରା ,ଦେବ
ଘରେ ବସିକି ଭାବେ ରାହୁଲ୍
ବ୍ୟାଟ୍ ବଲ୍ ଖେଳ କି ହେବ!
ଦୋଳ ମେଲଣ,ଓ ଦଶହରା
ରଥଯାତରା ବନ୍ଦ ପାଇଁ
ନାଚ ମେଲୋଡି ଡ୍ୟନ୍ସ ବିନା
ପୂଜାର ମଜା ଆଉ କାହିଁ?
ସତେକି ହେବ ନୂଆ ସକାଳ
ସାଙ୍ଗ ସାଥିରେ ଯାଇ
ଏକାଠି ବସି ଏକାଠି ଖାଇ
କରିବୁ ଡିଆଁ ଡେଇଁ।।
ଭିଡ଼ ଭିତରେ ହଜି ଯିବାରେ
ଆନନ୍ଦ ମିଳେ ଯାହା
ଘର ଭିତରେ ବନ୍ଦୀ ଜୀବନେ
ମିଳିବ କାହିଁ ତାହା।।
ନଖିନାନୀ ର ଆସେ ଖବର
ମରିଛି ତିନଦିନରୁ
ଚାରି କାନ୍ଧ ତ ମିଳିବ ନାହିଁ
ମଶାଣୀ କଥା ଦୁରୁ।।
ଗାଁ ସହର ସବୁଠି ଡ଼ର
ସତେକି ଶେଷ ସମୟ
ଅସହାୟ ଏ ମଣିଷ ହାୟ
ପ୍ରଭୁ କରନା ନିରାଶ୍ରୟ।।
ପୁଷ୍ପାଞ୍ଜଳି ପଣ୍ଡା
ଷ୍ଟାଟିଷ୍ଟିକାଲ୍ ଅଫିସର
ଯାଜପୁର




0 Comments