ଉଷା ଆଗମନ - ଗୋଦାବରୀଶ ଦାସ



            
କୁକୁଟ ଡାକିଲା  ବାୟସ ରାବିଲା
       ଶମ୍ଭୁଆଳେ କମ୍ବୁସ୍ବନ
ନାଲି ପାଟଶାଢ଼ୀ  କୁସୁମିତ ପାଢି
       ଉଷାରାଣୀ ଆଗମନ।
ପୂରୁବ କକୁଭ  ଶୋଭା ସଉରଭ
          କଞ୍ଜକୁଟ ବିଭୂଷଣ
କାକଳୀ କୂଜନ  କରଟର ସ୍ବନ
       ବିଭାବସୁ ନିମନ୍ତ୍ରଣ।
ଦୁଃଖରେ କୁମୁଦ ହୋଇଲା ମୁଦ୍ରିତ
       ବିରହରେ ଜର୍ଜରିତ
ରବି ଆଗମନେ  ପ୍ରଫୁଲ୍ଲିତ ମନେ
        କମଳଯେ ପ୍ରସ୍ଫୁଟିତ।
କରିଣ କୂଜନ   କତି ବିହଙ୍ଗମ
 ବହୁଦୂରେ ଗଲେ ଉଡ଼ି
କାନ୍ତାରେ କାତର   ଅନ୍ୱେଷଣ ଧିର
        କରୁଥିଲେ ନିଦ ଛାଡ଼ି।
କୂଳବଧୂ ବାଟ  ଛାଡ଼ିଲା କନ୍ଯାଟ
       ସକାଳ ସ୍ନାହାନ ସାରି
ମଧୁପାନ ରସେ  ମଧୁମକ୍ଷିକାଟି
        ପିଉଅଛି ମନଭରି।
ପୂର୍ବଦିଗେ ରବି ଉଦୟ ହୋଇଲେ
       ଚତୁର୍ଦ୍ଦିଗ ନିରିମଳ
ନିଜକର୍ମ ପଥେ   ଚଳନ୍ତି ସମସ୍ତେ
     ମୁଖ ଦିଶଇ ଉଜ୍ବଳ।
ଆହେ ଉଷାରାଣୀ  ଏତିକି ମିନତୀ
      ଶୁଭେ ଯାଉ ଆଜ ଦିନ
ସଭିଙ୍କ ଓଠରେ  ହସ ଭରିଦେଇ
        ସୁଖେ ରଖ ସର୍ବମନ।
 

ଶଙ୍ଖମୂଳ, ରଣପୁର     
ଜିଲ୍ଲା, ନୟାଗଡ଼

     ‌‌

Post a Comment

0 Comments