ସଂସାର ହାଟରେ ଏ ରଙ୍ଗମଞ୍ଚରେ
ଅଭିନୟ କରୁ କରୁ
ଫେରିବାକୁ ହେବ ଅଭିନୟ ସାରି
ଆସିଥିଲେ ଯେଉଁଠାରୁ।
ଏ ରଙ୍ଗମଞ୍ଚରେ କେବେ ପୁତ୍ର କାର
କେବେ ସ୍ବାମୀ ବନ୍ଧୁ ସଖା
କେବେ କାର ଭାଇ କେବେ କାର ପିତା
ଯାହା ନାଟକରେ ଲେଖା ।
ଏ ରଙ୍ଗମଞ୍ଚର ନିର୍ଦ୍ଦେଶକ ସେଇ
ସ୍ବୟଂ ପ୍ରଭୁ ନାରାୟଣ
ଆସିବା ସମୟେ ମାତାର ଗର୍ଭରେ
ଦେଇ ଥିଲେ ସବୁ ଜ୍ଞାନ ।
ଜଗବନ୍ଧୁ ସାହୁ
ଗ୍ରାମ ‐ ଛଞ୍ଚାଣିଆ ପଲ୍ଲୀ
ଜିଲ୍ଲା ‐ ଗଞ୍ଜାମ
ଭାୟା ‐ ପୋଲସରା
ପୋଷ୍ଟ ‐ ବେଲଗାଁ
ଦୂରଭାଷା ‐ 8780042579




0 Comments