ଅଛି ସେଇ ସମୁଦ୍ର, କିନ୍ତୁ ଡର ଲାଗୁଛି - କଳ୍ପନା ରାୟ


     

ସମୁଦ୍ରର ଏଇମିତି ଘୋ ଘୋ ଗର୍ଜନ
ସେଦିନ ଥିଲା, ଆଜି ବି ଅଛି
ଆମେ ସାଥି ହୋଇ ବୁଲୁଥିଲେ ସେଦିନ
ଆଜି ଘରୁ ବାହାରିଵାକୁ ଡର ଲାଗୁଛି l

ଶ୍ରୀ କ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ
କେତେ ଢେଉ ଆମେ ଭାଙ୍ଗିଛନ୍ତି
ଶାମୁକା ସବୁ  ଦିଶୁଥାନ୍ତି ମୁକ୍ତାସମ
ଯେତେ ଗଲେ ସେତେ ମନ ଡାକିଛି l

ତା ବାଲିରେ ଖେଳୁଥାନ୍ତି ବାଳକଵାଳିକା
ଢେଉ ଭାଙ୍ଗୁଥାଏ ଘର ବାରମ୍ବାର
ଜଗନ୍ନାଥ ମାଆ ଲକ୍ଷ୍ମୀଙ୍କୁ କହୁଥାନ୍ତି
ସହି ହେଉନି ତୋ ବାପା ଗର୍ଜନ l

ସକାଳ ସନ୍ଧ୍ୟା ବା ପୂର୍ଣ୍ଣିମାରେ ଯିଏ ସମୁଦ୍ର ଦେଖିଛି
ମନେପଡିଲେ ନିଶ୍ଚେ ଉଲ୍ଲସିତ ହୋଇଛି
ଶ୍ରୀ କ୍ଷେତ୍ରର ମୋହ ସେଇ ସମୁଦ୍ର ବେଳାଭୂମି
ଥରେ ଗଲେ ବାରମ୍ବାର ଇଛା ଜାଗିଛି l

ବାଳସୁଲଭ ଗୁଣରେ ବେଳାଭୂମିଵାଲିଘରରେ ଖେଳି
ଯୌବନ ଯାଇ ଆଜି ବାର୍ଦ୍ଧକ୍ୟ ପାଦ ଥାପିଛି
ତଥାପି, ତଥାପି ଆଜି ସେଇ ସମୁଦ୍ର ବେଳାଭୂମି
ବହୁତ ମନେ ପଡୁଛି, ନ ଯାଇ ଭାଙ୍ଗି ପଡୁଛି l

ପାଣି ପବନରେ ବି ଆଜି ଭରସା ତୁଟୁଛି
ଅନାମଧେୟ ଜୀବାଣୁ ଭୟ ଗ୍ରାସୁଛି
ଏକାଠି ବୁଲିବା, ବସିବା ଆଜି ସ୍ବପ୍ନ ଲାଗୁଛି
ଜୀବନ ଜୀବିକା ବିପନ୍ନ, ଚିନ୍ତା ହେଉଛି  ll


କଳ୍ପନା ରାୟ
 ଲଇଡା, ସମ୍ବଲପୁର

Post a Comment

0 Comments