ଛଳନା - କାହ୍ନୁ ଚରଣ ସାହୁ



ଛଳନା ଏମିତି ଏକ ଶବ୍ଦ
ଯାହାର ସ୍ପର୍ଶରେ
ଭାଙ୍ଗି ଚୁରମାର ହୋଇଯାଏ
ତାଜ ମହଲ ପରି
ପବିତ୍ର ପ୍ରେମର ସନ୍ତକ

ଛଳନାର ଆଘାତରେ
ମହାତ୍ମା ପାଲଟି ଯାଏ ପଶୁ
ପବିତ୍ର ପ୍ରେମ ହୋଇଉଠେ
ବିଷାକ୍ତ ବିସ୍ପୋରକ

ପ୍ରତି ମୁହୂର୍ତ୍ତରେ
ଜଳାଏ ଅନ୍ତରକୁ
ବାଧ୍ୟ କରେ
କିଛି ନୂଆ ଘଟଣା ଭିଆଇବାକୁ ....!


କାହ୍ନୁ ଚରଣ ସାହୁ
ପଣ୍ଡକାମାଳ, ମ.ରାମପୁର, କଳାହାଣ୍ଡି
ମୋ- 8249520880
ସମ୍ପାଦକ- ସୃଷ୍ଟି ସମ୍ଭାର



Post a Comment

0 Comments