ସ୍ୱାଭିମାନ ଦେହେ ଯହିଁ ଧୂଳି ବୋଳା
ଶାସନେ ଶୋଷଣ ଗନ୍ଧ
ସେଠି କେ ତୋଳିବ ତୁମ ପାଇଁ ଆଉ
ସ୍ୱାଗତର ସଦ୍ୟ ଛନ୍ଦ
ସଭିଏଁ ସ୍ୱାର୍ଥରେ ଅନ୍ଧ
ଛାତି ଫଟା ଡାକେ ଡାକୁଛି ଜନନୀ
ଫେରିଆସ କୁଳ ବୃଦ୍ଧ ।
ମଧୁସ୍ମୃତି କାଚ କାରାଗାର ଭାଙ୍ଗି
ଉଠ ଉଠ ଜାତିସ୍ମର
ଭରିଦିଅ ପୁଣି ଅସ୍ମିତାର ଦେହେ
ତଵ ସ୍ୱାଭିମାନୀ ସ୍ବର
କର୍ମଯୋଗୀ କର୍ମବୀର
ତଵ ହୁଙ୍କାରରେ ପୂର୍ଣ୍ଣାଙ୍ଗ ଉତ୍କଳ
ସ୍ବପ୍ନ ହୋଇବ ସାକାର ।
ଜାତି ନନ୍ଦିଘୋଷ ସେଇଠି ତ ଅଛି
ଛାଡି ଯାଇଥିଲ ଯହିଁ
ସ୍ୱାର୍ଥ ସାରଥୀର ହାତ ଟେକା ଦାନେ
ସ୍ବପ୍ନ ରହିଅଛି ଚାହିଁ
ପ୍ରଗତି ବା ଏଠି କାହିଁ
କିଏ ହେବ ମଧୁଦାସର ବିକଳ୍ପ
ଖୋଜିଲେ ବି ମିଳେ ନାହିଁ ।
ରଞ୍ଜନ କୁମାର ମହାନ୍ତି
ବାଲେଶ୍ୱର
ମୋ --8658574945




0 Comments