ସକାଳ ଜଣାଣ - ଗୋଦାବରୀଶ ଦାସ



ତୋର ବଡଦାଣ୍ଡେ   କରିଦେ ଭିକାରୀ
        ନାହିଁ ମୋ ମନରେ ଦୁଃଖ
ପତିତପାବନ        କରି ଦରଶନ
        ମାଗୁଥିବି ନିତି ଭିକ।,,,,,
ବଡଦାଣ୍ଡ ଧୂଳି    ମଥାରେ ମୁଁ ବୋଳି
        ସିଂହଦ୍ବାରେ ବସିଥିବି
ମନ୍ଦିରକୁ ଚାହିଁ   ଥିବି ସଦା ରହି
      ତୋ ଭଜନ ଗାଉଥିବି।
ମାଗିବିନି ଧନ       ମାନ ସନମାନ
       ଜଣାଇବି ମୋର ଦୁଃଖ
ନହେବ ନିଷ୍ଠୁର    ଭାବର ଠାକୁର
       ଆହେ ପ୍ରଭୁ କଳାମୁଖ।
ତୋର ବଡଦାଣ୍ଡେ  କରିଦେ ଭିକାରୀ
      ନାହିଁ ମୋ ମନରେ ଦୁଃଖ।,,,,,,
ସଞ୍ଜ ସକାଳରେ    ମନ୍ଦିର ବେଢାରେ
          ବୁଲୁଥିବି ନିତିଦିନ
କରିବନି ପର    ମୋ ପ୍ରାଣ ଠାକୁର
       ଦେବ ମୋତେ ଦରଶନ।
ପାଦତଳେ ସ୍ଥାନ   ଦେବ ଆହେ ଈନ
        ଏତିକି ମାଗିବି ଭିକ
ତୋର ନିରିମାଲ୍ଯ  ଦେବି ମୁଁ ତୁଣ୍ଡରେ
        ଏହି ମୋର ମହାସୁଖ।
ତୋର ବଡଦାଣ୍ଡେ  କରିଦେ ଭିକାରୀ
      ନାହିଁ ମୋ ମନରେ ଦୁଃଖ ।


ଶଙ୍ଖମୂଳ, ରଣପୁର
ନୟାଗଡ଼

Post a Comment

0 Comments