ଶଙ୍ଖାରି ନୁହଁ
ଓଡି଼ଶା ବି ନୁହଁ
ତୁମେତ ଭାରତ ବର୍ଷ,
ମୁଗ୍ଧ ପାଠକେ
ଅନୁଭବିଛନ୍ତି
ତୁମ ସାହିତ୍ୟର ସ୍ପର୍ଶ।
ଉଣେଇଶି ଶହ
ଚ଼ଉତିରିଶି ରେ
ମଣ୍ଡିଲ ଏଇ ଧରା,
କାଦମ୍ବିନୀ କୋଳ
ଝଲସି ଉଠିଲା
ଅମୃତ ଲଗ୍ନେ ପରା।
ସାହିତ୍ୟର ନବ
ଦିଗନ୍ତ ହେ ତୁମେ
ନିଆରା ତୁମର ସୃଷ୍ଟି,
ଅନ୍ତର୍ଚେତନାର
ବକ୍ଷ ଭେଦଇ
ତୀକ୍ଷ୍ଣ ଶାଣିତ ଦୃଷ୍ଟି।
ତୁମେ ସାହିତ୍ୟର
ଆକାଶ ବୁକୁରେ
ଧ୍ରୁବ ସମ ଜଳୁଥିଲ,
ଜୀବନ ବାଦର
ସଂହିତା ପଢ଼ି
ପୀୟୂଷ ପରଶୁଥିଲ।
ମାନସେ ମାନସେ
ଶିହରଣ ଆଣେ
ତୁମ ସୃଷ୍ଟି ବର୍ଣ୍ଣ ବିଭା,
ସାହିତ୍ୟ କାନନ
ସୁରଭିତ କରି
ପ୍ରକାଶଇ ଦିବ୍ୟ ଆଭା।
ତୁମରି ବିୟୋଗେ
ଶୋକାକୁଳ ଆଜି
ସମଗ୍ର ଏ ପରିବେଶ,
ପଣ୍ଡିଚେରୀ ବୁକୁଁ
ନୀରବ ଯନ୍ତ୍ରଣା
ପ୍ରସରିଛି ସାରା ଦେଶ।
ଅଖ୍ୟାତ ପଲ୍ଲୀର
ବିଖ୍ୟାତ ମାନବ
ସାଧନାରେ ସମାଧିସ୍ଥ,
ପ୍ରଣମ୍ୟ ପ୍ରଣମ୍ୟ
ଶବ୍ଦର ଝଙ୍କାରେ
ସର୍ବେ ଆଜି ପ୍ରକୃତିସ୍ଥ।
ହେ ବାଗ୍ମୀ ପ୍ରବର
କାଳଜୟୀ ବୀର
ତୁମେ ଚିର ସ୍ମରଣୀୟ,
ଏ ଜାଚି ବୁକୁର
ସ୍ବର୍ଣ୍ଣ ଫଳକରେ
ଝଟକୁଥିବ ନିଶ୍ଚୟ।
କୈଳାସ ଚ଼ନ୍ଦ୍ର ପାଢୀ଼
କୁମାରପୁର, ଅନନ୍ତପୁର
ବାସୁଦେବ ପୁର, ଭଦ୍ରକ




0 Comments