ରଙ୍ଗବତୀ ମୋର ରଙ୍ଗେଇ ହେଇଚି
ଯାତରା ଦେଖିବା ପାଇଁ
ନୀଳ ଶାଢ଼ୀ ପିନ୍ଧି ଶଙ୍ଖା ସିନ୍ଦୁରରେ
ହେଇଛି କେତେ ସଜେଇ
ତାର ଚାହାଣି ଦେଖ
ତାର ଷ୍ଟାଇଲି ଦେଖ
ଦେଖ ଯାଉଛି ସେ ହେଇ ସଜେଇ
ରଙ୍ଗବତୀ ମୋର................... ll
ଗୋଲାପୀ ଦେହକୁ
ନୀଳ ଶାଢ଼ୀ ତାର
ସତେ ଭାରି ଭଲ ମାନୁଛି
ମତେ ଲାଗେ ସତେ
ନୀଳ ପରୀ ଆଜି
ଆକାଶରୁ ଧାଇଁ ଆସିଛି
ତାର ମୁହଁକୁ ଦେଖ
ତାର ହସକୁ ଦେଖ
ଦେଖ ଦେଖ ସିଏ
କେତେ ହୁଏ ଫୁଲେଇ
ରଙ୍ଗବତୀ ମୋର................... ll
ପାଦରେ ଝୁଣ୍ଟିଆ
ବେଢ଼ିରେ ଅଳତା
ହାତେ ତାର ମୋବାଇଲ
ଲିପିସ୍ଟିକ ବୋଳା
ଦୁଇ ଓଠ ତାର
କରେ କେତେ ସ୍ମାଇଲ
ଦୁମୁକି ଦୁମୁକି
ଚାଲୁଛି ଦେଖରେ
ସମସ୍ତଙ୍କୁ ପଛେ ପକେଇ
ରଙ୍ଗବତୀ ମୋର................. ll
ବୈଦ୍ୟନାଥ ପଣ୍ଡା
ଅବଦଲପୁର, ଯାଜପୁର
ଦୂରଭାଷ - 9439854199




0 Comments