ମନଟିକୁ ଯଦି ବିଜୁଳି ପରିକା
ରଖୁଥିବା ଆମେ ସଦା ଉଜ୍ଜ୍ବଳି,
ତେବେ ହେବାନି କୁଭାବନା ଝାଂଜିରେ
କେବେହେଲେ ଥରେ ଆମେ ସନ୍ତୁଳି ।
ଜୀବନ ଗଣିତ ପଢ଼ିବା ପାଇଁକି
ଯଦି ମନ କରିବା ଉପଯୋଗ,
ସମସ୍ୟାର ସମାଧାନ ହେବା ପାଇଁ
ମିଳି ଯାଉଥିବ ସବୁ ସୁଯୋଗ ।
ମନରେ ଆଦର ଭରି ରହିଥିଲେ
ଅସୁମାରି ବହି ପାରିବା ପଢ଼ି,
ହେଲେ ସେ ଗୁଣେ କି ଆପଣା ଜୀବନ
ବହି ପଢ଼ିବାକୁ ପାରିବା ବଢ଼ି ?
ମନରେ ନିଷ୍ପତ୍ତି ସିନା ବଦଳଇ
ଜୀବନରେ ପ୍ରତିଟି ମୁହୂର୍ତ୍ତରେ,
ହେଲେ ବିଶୁଦ୍ଧ ଭାବନାର ନିଷ୍ପତ୍ତି
ଜୀବନକୁ ବି ବଦଳାଇ ପାରେ ।
ସେଥିପାଇଁ କାର୍ଯ୍ଯ ସାଧନ ପୂର୍ବରୁ
ମନଟିକୁ ଦୃଢେ କରି ସଂଯତ,
ବାରବାର ଚିନ୍ତା ଚେତନ୍ୟ ପ୍ରସାରି
ପରଖିଲେ ନିଶ୍ଚେ ସିଦ୍ଧି ପ୍ରାପତ ।
ବିନୋଦିନୀ ଦାଶ
କୁରୁଆଁ, ମୁଗପାଳ, ଯାଜପୁର



0 Comments