ଭିନ୍ନ ଏକ କୁରୁସଭା - ଜଗବନ୍ଧୁ ସାହୁ



ନାହିଁ ଏଠି ଆଜି      ଦୃଷ୍ଟ ଦୁର୍ଯ୍ଯଧନ
        ନାହିଁ ସେଇ ଦୁଃଶାସନ
ନାହିଁ ଆଜି ସେଇ     ଅନ୍ଧ ଧୁତରାଷ୍ଟ୍ର
        ମୋହ ଗ୍ରସ୍ତ ସିଂହାସନ

ନାହିଁ ଆଜି ସେଇ     ଶଙ୍କୁନି ମାମୁଟି
         କପଟର ପଶା ଖେଳ
ତଥାପି ଏଇଠି       ଧର୍ମର ନାବରେ
         ଅଧର୍ମ ସାଜିଛି କାଳ

ଛଳନା ହାଟରେ    ହୁଏ  କାର ବାର
      ଆଜି ଏଠି ଦେଶ ସେବା      
କପଟର ଏଇ      ପଶା ପାଲି ମଧ୍ଯେ
        ଭିନ୍ନ ଏକ କୁରୁସଭା

ହୁଏ ଏଠି ଆଜି      ଦ୍ରୌପଦି ହରଣ
         ମଉନ ଯେ ପ୍ରଶାସନ
ଛାତିକୁ ଫୁଲାଇ         ହସୁଅଛି ଆଜି
         କଳିଯୁଗ ଦୁଃଶାସନ

ନାହିଁ ଆଜି ସେଇ     ରଥର ସାରଥି
          ନାହିଁ ପଞ୍ଚଜନ୍ୟ  ଶଦ୍ଦ
ନାହିଁ କେହି ରଥି   ସେଇ ମହା ଶକ୍ତି
         କରିବାକୁ ଲକ୍ଷ ଭେଦ

ତଥାପି ଚାଲିଛି ଆଜିବି ଏଇଠି
          ଏବକା ମହାଭାରତ 
 ଧର୍ମ ରକ୍ଷା ନୁହେଁ ଗାଦି ରକ୍ଷା ପାଇଁ 
       ଶାସକଙ୍କ ମନୋରଥ

ନାମ ‐ ଜଗବନ୍ଧୁ ସାହୁ
ଗ୍ରାମ ‐ ଛଞ୍ଚାଣିଆ ପଲ୍ଲୀ 
ଜିଲ୍ଲା ‐ ଗଞ୍ଜାମ
ଭାୟା ‐ ପୋଲସରା
ପୋଷ୍ଟ ‐ ବେଲଗାଁ
ଦୂରଭାଷା ‐ 8780042579

Post a Comment

0 Comments