ପତକା ଉଡ଼ାବେ,ହଁ ଠିକ ସୁନୁଛ
ପତକା ଉଡ଼ବା, କିଏ ଜିତବା, ହାରବା
ଟୁକେଲ ମାଏଜି ଇଜତ କେଁ ଦରକାର
ସରକାର ଗଢ଼ବାର ଅଛେ,ଆମକୁ ଜିତବାର ଅଛେ ll
ପବନଥି କେତେ ନି'ଏ ପରପଁଚ
ଇଟା ଭାରତ ଦେସ, କେତେ ଚିର୍ଲାବୁ
ସବୁ ଇନେ ଅନ୍ଧାର କଣା, ଦିନ ମଏଧାନଥି ll
ସମ୍ଭିଧାନ ଅଛେ, ଭକୁଆ,
ଆମ ଟାକୁ ବେଟୁ ଭିକାରିର ଲାଗି-
କୁଲି ଭୂତି କରି ଖିଆ ମୁନୁଷ ମନେ ଅପରାଧି ଇନ
ତାର ଆଁଏଁଖ ଫୁଟିଛେ,ଗାଗର ପୁଡ଼ୁଛେ
କେଁ କରବୁ କହେଲେ ସରଲା
କୁଜି ନେତାର ବପୁ, ଫୁଟାଣି
ଗାଁ ଥୁ ସହର ତକ ଦଉଡିଛେ
ସଲା ସୁତରା କରି ଟଏଁଟ ଚିପବାରଟା କେଁ ବଡ଼ କଥା ll
ଗାନ୍ଧୀବୁଢା ଆଁଠୁ ଢାବତେଲ ବୁଲୁଥିଲା
କେଜାନେ, ନେତା ନିଜର କଲା କରମ କେଁ
ଦେଖେଇ ହେଇ ବୁଲୁଛନ
ଇଯତ କାଏଁଟା ଜେ କିଏ ଜାନୁଛେ
କିଏ ଦେଖିଛେ ଇଯତକେ
ଛିଡା ଖଣେକ ଗୁରପେଇ ହେଲେ ଇଜତ ବଡ଼ସି
ବୁଟ ସୁଟନେ, ବାହାପିଆର କିରତି
ଚୁରେଇ ଲୁକେଇ ହତେଇ ହେସି
ଗାଁ ନିଲାମ ହେଉନିକେ
ନାତି ପୁତି ଭୁକେ ମରଲେ ମରୁନ ନି ' ଯେ
ଆମକୁ ନେତା ହେବାର ଅଛେ, ଜିତବାର ଅଛେ
ଇଜତ କମାବାର ଅଛେ ll
ଟୁକେଲକେ ନେଇ ରାଜନୀତିର ଖେଳ
ଯୁଗକେ ଯୁଗ ଲାମି ଚାଲିଛେ
ହେ ଦେଖନୁ,କାଲିର କଥାକେ
କୁରମେଲ ବୁଦା ଚିପଲା ଲେଖେନ ଚିପା ହେଲା
ଆର ଗୁଟେ ଜୀବନକେ, ନିଜର ସପନକେ ପୁରା କରବାର ଲାଗି
ହଁ, ତାର କାଏଁ ଦୋସଥିଲାଯେ
କିଏ ଉତ୍ତର ଦେବ ହୋ
ଆସ ନି' କେ ଘାଏ
ଦଳ , ନେତା, ଜାତି କେ ଭୁଲମା
ଗୁଟେ ସୁରଥି ବସମା, ଜୁଏ ଲଗେଇ
ଆମର ହକ ମାଗି ବୁଲମା
ନେଇ ହେଲେ ନାହିଁ ମିଳୁ ହକ
ଆମେବି ନେତା ହେମା, ll
ମନ୍ତ୍ରୀ ହେବାର ଅଛେ
ଯାହାକେ ଯେତେ,ଚିଟକି ଚୁଟକା କରି
ମନ୍ଦ ମାଂସନେ ଭରିଦେଇ ଲୁକର ଜୀବନକେ
ଲୁଟବାର ଅଛେ ବରଷ ବରଷ ଧରି
ଯାହକେ ଯେନଟା ଅଭାବି ହୁଉନି ଯେ
ମର ବୁଆର କାଏଁଟା ଗଲା
ଭୋଟବେଳର ଖରଚକେ ସଅଁଟିବାର ଅଛେ
କିଏ ମହୁଲ ବେଟୁକି ପତର ତୁଲୁ
ନେତା ହେବାର ନିଶାଥି ମୁଇଁ ଜଲେଇ ଦେମି ଜଙ୍ଗଲ
ଲିଭଲା ବେଲକେ, ଖିର ଖିରା ଭୂଇଁଥି
ଏକଲିଆ ଶାସନ କରମି,ଆରୁ କେଁ ଥିବେ କିଏ
ମର ଆଗେ ପଛେ ବାଦକର ହେବାର ଲାଗି ll
ଉଡ଼ବା ପତକା, ଉଡେଇ ଜାନଲେ
ଉଡ଼ାବାର ଦମଥିବାର ଅଛେ
କେତେଦିନ ସହେବୁ ଇ ଅନିଏକେ
ଉଠତ ଘାଏ, ତହଁକି ଦେଖ
ନିଜର ବାଟ ନିଯେ ଖୁଜ ଚାଏର ଦିଗେ,
ସମୀୟା ସରବାର ତକ
ସମୀୟା ହେଇ ରହେବୁ ଯଦି ll
ତପନ କୁମାର ସାହୁ
କଳାହାଣ୍ଡି




0 Comments