ଦର୍ଶନ ଟିକିଏ ମୋତେ ମିଳୁ ହେ,
ପ୍ରଭୁ ! କଳାଗୋବିନ୍ଦ
କାହିଁଅଛ କେତେ ଦୂରେ,
ଆଖି ମୋର ସଦା ଝୁରେ,
ନୋହିଲେ, କରିଦେ ମୋତେ ଅନ୍ଧ ହେ।
ପ୍ରଭୁ !କଳା ଗୋବିନ୍ଦ,
ଅବଢା ମୁଠିଏ ମୋତେ ମିଳୁ ହେ
ପାଦେ କରେ ଗୁହାରୀ,
ଲଗାଇ ଦିଅହେ ଡୋରି
ଯିବା ପାଇଁ ମୋତେ ପୁରୀ
ଜଗତ ଠାକୁର ବୋଲି ପଡିଛି ହୂରି,
ଶୁଣିବି ସଦା ଭଜନ,
ଧନ୍ଯ ହେବ ମୋର କର୍ଣ୍ଣ
ଖୋଲିଦେ ପଞ୍ଚମ ଦ୍ବାର
ନକରି ବନ୍ଦ, ହେ କଳା ଗୋବିନ୍ଦ
ଦର୍ଶନ ଟିକିଏ ମୋତେ ମିଳୁହେ,,,,
ଜନ୍ମ ଜନ୍ମାନ୍ତର ଭାବ
ରହୁ ଆହେ ,ରାଧାଧବ
ତୋ ପ୍ରେମର ପଡି ମୁଁ
ହୋଇଛି ଅନ୍ଧ,ହେ କଳା ଗୋବିନ୍ଦ
ଦର୍ଶନ ଟିକିଏ ମୋତେ ମିଳୁହେ
କଳା!ଗୋବିନ୍ଦ l
ଗୋଦାବରୀଶ ଦାସ
ଶଙ୍ଖମୂଳ, ରଣପୁର
ନୟାଗଡ଼



0 Comments