ମହାଭାରତ ଯୁଦ୍ଧରେ
ସାଜିଲ ସାରଥି
ଚକ୍ରେ ଛେଦି ପକାଇଲ
ରଥି ମହାରଥି।।
ଅର୍ଜୁନଙ୍କ ସଖା ହୋଇ
ଶୁଣାଇଲ ଗୀତା
କର୍ମଯୋଗ, ଧର୍ମଯୋଗ
ଭକ୍ତି ଯୋଗ କଥା।
ଅଭିମନ୍ୟୁ ନାଶଗଲା
ଇଏକେଉଁ ନିତି
ପରିକ୍ଷିତେ ରକ୍ଷାକଲ
ଦେଖାଇଣ ଶକ୍ତି।
ମହାଭାରତ ଯୁଦ୍ଧରେ
ସାଜିଲ ସାରଥି।
ପାଣ୍ଡବଙ୍କ ପାଖେ ରହି
ଦେଲ କେତେ ଦୁଃଖ
ଭକତ ପରୀକ୍ଷା କରି
ପାଉଅଛ ସୁଖ।
ଶାପରୁ ମୋଚନ କରି
କେତେ କଲ ମୁକ୍ତି
ଧରୁଛି ପୟର ପ୍ରଭୁ
ଦିଅ ଟିକେ ଶାନ୍ତି।
ମହାଭାରତ ଯୁଦ୍ଧରେ
ସାଜିଲ ସାରଥି
ସେହି ଚକ୍ର ପେଶିଦେଇ
ରଖହେ ଧରିତ୍ରୀ
ସବୁରି ହୃଦୟେ ବସି
ଦିଅ ଧର୍ମ ନିତି।
ମହାଭାରତ ଯୁଦ୍ଧରେ
ସାଜିଲ ସାରଥି
ଚକ୍ରେ ଛେଦି ପକାଇଲ
ରଥଗ ମହାରଥି।
ଶଙ୍ଖମୂଳ, ରଣପୁର
ନୟାଗଡ଼




0 Comments