ନିଶବ୍ଦ ରାତିର ସାଥି - ବୈଦ୍ୟନାଥ ପଣ୍ଡା



ନିଶବ୍ଦ ରାତିର ଅମା ଅନ୍ଧାରର
     ପ୍ରେମର କାହାଣୀ ତୁହି
ତତେ ପଢୁ ପଢୁ ତତେ ବୁଝୁ ବୁଝୁ
     ଶୋଇଯାଏ କେବେ ମୁହିଁ
ମନବି ବୁଝେନା ଜାଣି ମୁଁ ପାରେନା
        ଆଖିଯାଏ ବୁଜି ହେଇ
ନିଶବ୍ଦ ରାତିର................... ll
ତୁ ଆସିଲେ ଏଇ ମନରେ ମୋହର
         ଫଗୁଣର ଋତୁ ଆସେ
ତୁ ହସିଦେଲେ ମୋହରି ଆଗରେ
       ପ୍ରେମର ଫୁଲ ବରଷେ
ଅବୁଝା ଏମନ ବୁଝିଯାଏ ସବୁ
     ତୁ ଦେଲେ ଥରେ ବୁଝେଇ
ନିଶବ୍ଦ ରାତିର...................... ll
ମୋ ପାଇଁ ସାଜି ତୁ ଫଗୁଣ ମଳୟ
      ପ୍ରିତୀ ରଙ୍ଗ ବୋଳିଦେଲୁ
ଶ୍ରାବଣ ମାସର ବରଷା ହୋଇ ତୁ
       ଦୁଃଖ ମୋର ଧୋଇଦେଲୁ
ଆସିବୁ କେବେ ତୁ ମୋହରି ଜୀବନେ
        ସାଥିଟିଏ ମୋର ହୋଇ       
ନିଶବ୍ଦ ରାତିର.................... ll


 ବୈଦ୍ୟନାଥ ପଣ୍ଡା
 ଅବଦଲ ପୁର. ଯାଜପୁର
 ଦୂରଭାଷ=9439854199

Post a Comment

0 Comments