ଫେରିଯା ଅକ୍ରୁର ତୁହି
ତୋର କହିବୁ କଂସକୁ
ଜୀବ ପଛେ ଯାଉ ଚାଲି
ଆମେ ଦେବୁନି କାହ୍ନୁକୁ
ନୟନ ପିତୁଳା ସିଏ
ଆମ ଆଖି ଜ୍ୟୋତି
ନୀଧନ ର ଧନ ପରା
ଗୋପର ସମ୍ପତ୍ତି
ରହିକି ପାରିବୁ ଆମେ
ଦେଇଦେଲେ ତାକୁ
ଫେରିଯା ଅକ୍ରୁର କହିବୁ.................. ll
ତା ପାଇଁ ଶୋଭା ପାଏ
ଆମ ଗୋପପୁର
ଆବର ଶୋଭାପାଏ
କଦମ୍ବର ମୂଳ
ଅନ୍ଧ ହେଇଯିବୁ ଆମେ
କ୍ଷଣେ ନଦେଖିଲେ ତାକୁ
ଫେରିଯା ଅକ୍ରୁର................ ll
କିଏ ଶୁଣାଇବ ଗଲେ
ବଇଁଶୀ ର ସ୍ଵନ
ତା ବିନା କିଏ ଭାଙ୍ଗିବ
ରାଧାରାଣୀ ମାନ
ରହିବେକି ନନ୍ଦରଜା
ତୁହି ନେଇଗଲେ ତାକୁ
ଫେରିଯା ଅକ୍ରୁର.................. ll
ନେଇଯା ରେ ତୁହି ପଛେ
ଗୋପର ସମ୍ପତ୍ତି
ନେଇଯା ନେଇଯା ସବୁ
ଆଉ ଯାହା ଅଛି
ନେହୁରା ହେଉଛୁ ଆମେ
କୃପା କରତୁ ଗୋପୀଙ୍କୁ
ଫେରିଯା ଅକ୍ରୁର................ ll
ବୈଦ୍ୟନାଥ ପଣ୍ଡା
ଅବଦଲ ପୁର, ଯାଜପୁର
ଦୂରଭାଷ - 9439854199




0 Comments