ଜ୍ୟୋସ୍ନା - ହରେରାମ ଦାସ
ଜ୍ୟୋସ୍ନା ,,
ମୋର ନା ଜହ୍ନର ,
ତୁମ ପାଇଁ ,
ନିର୍ଜନ ରାତିରେ
ଏକା ଏକା ଚାଲୁଥିଲି
ହସୁଥିଲି ମନେ ମନେ
ଭାବୁଥିଲି ସାଥି ଟିଏ
ତୁମେ ମୋର ସବୁଦିନେ ।
ଭ୍ରମ ମୋର ତୁଟି ଗଲା
ବରଷା ରାତିରେ ,
ତମାମ ଭିଜିଗଲା ପରେ
ଆସିଲନି
ଚାହିଁଲନି
ବୁଝିଲନି ମନ କଥା ,
ପାହିଗଲା ରାତି
ପଚାରିଲେ କହି ଗଲ
ମୁଁ ଜହ୍ନର ,
ଜହ୍ନର ମୁଁ ଚିର ସାଥି ।
ହରେରାମ ଦାସ
ବାଲେଶ୍ବର
0 Comments