(୧)
କାକୁଡ଼ି କଷି
ମାଆ ପାରୁଥିଲା ଘଷି
ବୋପା ବିକୁଥିଲା ଲସି
ବୋଦା ଗନ୍ଧ ତୋର ଦେହରୁ ଯାଇନି
କହୁଛୁ ନିଜକୁ ଖାସି।
(୨)
ପିତା କେରାଣ୍ଡି
ପିଲା ଦିନେ ଥିଲୁ ଉକୁଣୀ ମୁଣ୍ଡି
ମୁଣ୍ଡ ତଳେ ପିଢା ଦେଇ ଶୋଉଥିଲୁ
ଖୋଜିଲୁଣି ଶେଯ ମାଣ୍ଡି।
(୩)
ମାଇପ ବୋଲିଆ ଖଲିଆ
ବୁଢ଼ୀ ମାଆଟାକୁ ବାଡେଇ ବାଡେଇ
ଗାଲ କରିଦେଲା ନାଲିଆ।
(୪)
ପାଦକୁ ନାଲି ଅଳିତା
ମୁଣ୍ଡକୁ ରିବନ୍ ଫିତା
ପୋଇ ପତର ରାଇତା
ନିମ୍ବ ପିତା ଦେହ ହିତା
ଘରକୁ ସୁନ୍ଦର ଚିତା
ବୋଲ ମାନୁଥିଲେ ଭଲ ଘଇତା।
(୫)
ହଇଲୋ ମଲ୍ଲି
ଫୁଟୁ ନଫୁଟୁଣୁ ବଜାର ବୁଲି
କ'ଣ ନହବୁ ଫୁଟିଲେ କାଲି।
(୬)
ବଳଦ ଯଦିଓ ଖଲିଆ
ସଙ୍ଘର ମୁଖିଆ ତେଲିଆ
ନେତା ମନ୍ତ୍ରୀ ଯଦି ଜାଲିଆ
ବଡବାବୁ ଫୁଲୁ ଫାଲିଆ
ଯାଗା ଛାଡି ଧନ ଚାଲିଆ
କାମ ହେବ ନାହିଁ ଯୁଗ ଚାଲି ଯିବ
ଦଉଡି ହୁଅନା ହାଲିଆ।
(୭)
ଲୁଚି ଖାଉ ଗଜାମୁଗ
ଦିଅରକୁ ଦେଲୁ ପହିଲି ଭାଗ
ପତିରେ ନାହିଁ ସରାଗ।
(୮)
ଛତୁକୁ ଛି କରନ୍ତି
ହୁଡା ଵିଲମାଳ ଖୋଜି ବୁଲନ୍ତି
ଆମ୍ବୁଲ ପକାଇ ଚାଟି ପକାନ୍ତି
ପଖାଳ ଗିଳି ନିଅନ୍ତି।
(୯)
ମାଛ ଵେସର
ଜ୍ୱାଇଁ ଯାଇଥିଲା ଶଶୁର ଘର
ଫଳ ନାହିଁ ଡଙ୍ଗା ଝୋଳ ଉପର।
(୧୦)
ଧୋବ ଫର ଫର ତଣ୍ଡି
ଆଲୋ ଅଲକ୍ଷଣୀ ରାଣ୍ଡି
ହଲାଉଛୁ କାନ ପେଣ୍ଡି
କେଣେ ଗଲା ନାକ ଦଣ୍ଡି।
କ୍ରମଶଃ.....
ଗୌରହରି ସାହୁ(ଶିକ୍ଷକ)
ଏକଡାଳ,କାନପୁର,କଟକ




0 Comments