ସ°ସ୍କୃତି ସ°ପନ୍ନ ଆମ ଭାରତର
ରହିଛି ଅନେକ ପର୍ବ ,
ପୁରୁଷାନୁକ୍ରମେ ପାଳନ୍ତି ସଭିଏଁ
ସେହିତ ଆମରି ଗର୍ବ ।
ଓଡ଼ିଶାବାସୀଏ ସେ ସବୁ ପର୍ବକୁ
ପାଳିଥାନ୍ତି ଅନୁସରି ,
ପ୍ରତ୍ୟେକ ପର୍ବର ବିଜ୍ଞାନ ସମ୍ମତ୍ତ
କାରଣ ଆଧାର କରି ।
ବୈଶାଖ ମାସର ଶୁକ୍ଳ ତୃତୀୟାରେ
ଅକ୍ଷୟ ତୃତୀୟା ଆସେ ,
ଚାଷୀ ଭାଇଙ୍କର ମନରେ ହରଷ
ଭଲ ଫସଲ ମନାସେ ।
ମାତା ଲକ୍ଷ୍ମୀଙ୍କର ପୂଜା କରି ଭୋଗ
ନେଇ ଯାଆନ୍ତି କ୍ଷେତକୁ ,
ଐଶାନ୍ୟ କୋଣରେ ପୋତିଥାନ୍ତି ତାକୁ
ଧରା ସନ୍ତୁଷ୍ଟ ହେବାକୁ ।
ପର୍ଶୁରାମଙ୍କର ଜନ୍ମଦିନ ପୁଣି
ଗଙ୍ଗା ଧରାବତରଣ ,
ବଳରାମ ଆଉ ରେବତୀ ବିବାହ
ହୁଏ ଆଜଦିନେ ଜାଣ ।
ଗଣେଶଙ୍କ ଦ୍ବାରା ମହାଭାରତର
ଲେଖା ଆରମ୍ଭିଲେ ବ୍ୟାସ ,
ସୂର୍ଯ୍ୟଦେବ ଆଜି ଯୁଧିଷ୍ଠିର ହାତେ
ଦେଲେ ଅକ୍ଷୟ କଳସ ।
ମହିଷାସୁରକୁ ଦେବୀ ଦୁର୍ଗା ଯୁଦ୍ଧେ
ପରାଜୟ କରିଥିଲେ ,
ପୁରୀ ଶ୍ରୀକ୍ଷେତ୍ରରେ ରଥ ଗଢ଼ା କାମ
ଆରମ୍ଭ ହୁଅଇ ଭଲେ ।
ଚନ୍ଦନ ଯାତରା ହୁଅଇ ଆରମ୍ଭ
କରାଯାଏ ଦାନ ଧର୍ମ ,
ପବିତ୍ର ଦିବସ ବୋଲି ଏହି ଦିନେ
ହୁଏ ବାହା ବ୍ରତ କର୍ମ ।
ଏହିପରି ନାନା ପୁଣ୍ୟକାର୍ଯ୍ୟେ ଭରା
ଅଟେ ଅକ୍ଷୟ ତୃତୀୟା,
ଭକତି ଭାବରେ ପୂଜାର୍ଚ୍ଚନା କଲେ
ହୁଏ ଠାକୁରଙ୍କ ଦୟା ।
କବିସୌରଭ କୈଳାଶଚନ୍ଦ୍ର ବେହେରା
ବାଲିଗୁଡ଼ା , କନ୍ଧମାଳ



0 Comments