ଭଙ୍ଗା ଆଇନା - ବାସନ୍ତୀ ଲତା ଜେନା



ଆଇନା ଦେଖାଏ ନିଜ ପ୍ରତିଛବି 
      ଘରେ ଘରେ ଥାଏ ସିଏ 
ସଭିଙ୍କ ଆଦର ନିତି ପାଉ ଥାଏ 
     ସିଏ ଯେବେ ସୁସ୍ଥ ଥାଏ     l1l 
ଭଙ୍ଗା ଆଇନାର ମହତ୍ୱ ନ ଥାଏ 
      ଅଶୁଭରେ ଗଣା ଯାଏ      
 ଆଇନା ଭାଙ୍ଗିଲେ ଖଣ୍ଡ ଖଣ୍ଡ ହୁଏ 
      ଛବି ଖଣ୍ଡ ଦିଶୁ ଥାଏ     l 2l 
ଆଇନା କଦାପି ମିଛ କୁହେ ନାହିଁ 
      ସତ୍ୟର ସେ ପ୍ରତି ମୂର୍ତ୍ତି 
ତୋର ସମାନରେ ନିତି ସଜ ହୁଏ 
       ଦେଖାଇ ନିଜର କୃତି      l 3l 
ଯେତେ ବେଳେ ତୁହି ଭାଙ୍ଗି ଯାଇ ଥାଉ 
     ମୋ ମନ ହୁଅଇ ଦୁଃଖ 
ସମାଜକୁ ତୁତ ଆଇନା ଦେଖାଉ 
      ନ ହେଉ କେବେ ବିମୁଖ    l 4l 
ବିରହୀ ପ୍ରାଣରେ ବ୍ୟଥା ଭରି ଯାଏ 
     କହିତ କିଛି ପାରେନା 
ଭଙ୍ଗା ଆଇନାର ଖଣ୍ଡ ସମ ପରି 
       ପ୍ରିୟ ଦେଲେ ପ୍ରତାରଣା     l 5l 
ଭଙ୍ଗା କାଚ ପରି ବୃଦ୍ଧ ପିତା ମାତା 
       ହନ୍ତସନ୍ତ ହୋଇ ଥାନ୍ତି 
ଅନ୍ତିମ ସମୟେ ଜରା ଶ୍ରମେ ନେଇ 
       କେତେ ପୁତ୍ର ଛାଡୁ ଥାନ୍ତି   l 6l 
ନୟନରୁ ଅଶ୍ରୁ ବହେ ଧାର ହୋଇ 
     ସ୍ନେହ ଶ୍ରଦ୍ଧା ଟିକେ ପାଇଁ 
ଭଙ୍ଗା ଆଇନକୁ କିଏବା କାହିଁକି 
     ସାଇତିବ ନିଜ ପାଇଁ        l 7l 
ନିଜ ପୁତ୍ର ଯେବେ ବଇରୀ ସlଜଇ 
      କହିବି କାହାକୁ ଆଉ      
ଅତୀତର ସ୍ମୃତି ମନେ ପଡି ଯାଏ                      
      ମରଣ ମୋ ହୋଇ ଯାଉ   l 8l 
ପତି ପତ୍ନୀ ମଧ୍ୟେ ସମ୍ପର୍କ ତୁଟିଲେ 
      ଭଙ୍ଗା ଆଇନରେ ଗଣା 
କେହିତ କାହାରି ଦୁଃଖ ନ ବୁଝନ୍ତି 
        ନିଜ ଜିଦ ବାଟ ବଣl     l 9l
ଭଙ୍ଗା ମନ ଭଙ୍ଗା ଆଇନା ଯେପରି 
      କେବେ ଯୋଡି ହୁଏ ନାହିଁ 
ଅପଦାର୍ଥ ହୋଇ ପଡି ରହିଥାଏ 
      ନୀରବେ ବେଦନା ସହି   l 10l 
ମନ ଖୋଲି କଥା କହିବି ଭାବୁଛି 
      ସେମିତି କେ ଲୋକ ନାହିଁ 
ଅନ୍ତର ଜଳୁଛି ଅଗ୍ନି ସମ ପରି 
      ଆଖିରୁ ଅଶ୍ରୁ ଝରଇ        l 11l 
ସମ୍ପର୍କର ସେତୁ ଭାଙ୍ଗି ଗଲା ପରେ 
       ଭଙ୍ଗା ଆଇନା ହୁଅଇ 
ହୃଦୟ ଭାଙ୍ଗିଲେ ସ୍ବପ୍ନ ଚୁନା ହୁଏ 
       ବୁଦ୍ଧି ବାଟ ନ ଦିଶଇ       l 12l 

ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର, 
ମୋ 8658655979

Post a Comment

0 Comments